ତାତିଲେ ବସ୍ତିବାସିନ୍ଦା, ପଟ୍ଟା ନମିଳିବାରୁ ଘେରିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବସ୍ତିବାସିନ୍ଦାଙ୍କୁ ମିଳୁନି ଜମିପଟା । ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପୌର ପରିଷଦ ଅର୍ନ୍ତଗତ ୧୫ ନମ୍ବର ଓ୍ଵାର୍ଡ ଝାଡେଶ୍ୱର ମାଝିସାହି ବସ୍ତି ବାସିନ୍ଦା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦୀର୍ଘଦିନ ଧରି ଏଠାରେ ରହୁଥିବା ଗରିବ ପରିବାରକୁ ଭୂମୀହୀନ ପଟା ମିଳିନି । ଏନେଇ ବାରମ୍ବାର ତହସିଲ କର୍ତ୍ତୁପକ୍ଷ ଓ ଉପଖଣ୍ଡ ପ୍ରଶାସନ ନିକଟରେ ଦାବି କରାଯାଇଛି । ହେଲେ କେହି ଶୁଣୁ ନାହନ୍ତି । ଫଳରେ ବାଧ୍ୟ ହୋଇ ଉପ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିଛନ୍ତିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.