Below header

ଯାଜପୁର: ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ଆଉ ୫ଜଣକୁ ଗିରଫ କଲା କୁଆଖିଆ ପୋଲିସ

ଯାଜପୁର (କେନ୍ୟୁଜ):  ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ ପୋଲିସ । ଗତକାଲି ଏହି ଘଟଣାରେ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏପଟେ ଗୋପୀନାଥପୁର ଗାଁର ମୁସଲିମ ସାହିରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଖାଁ ଖାଁ ଗାଁ ପରିବେଶ । ଘରୁ କେହି ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି । ଗତକାଲି ରସୁଲପୁର ବ୍ଲକର ଲକଡାଉନ ସ୍ଥିତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କ ସହ ରସୁଲପୁର ବିଡିଓ ତହସିଲଦାର ମଧୁବନ ଅଂଚଳକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ମାସ୍କ ବ୍ୟବହାର ନକରି ୩ଜଣ ଯୁବକ ବାଇକରେ
ଯାଉଥିବା ଦେଖି ତାଙ୍କୁ ଅଟକାଇ ଥିଲେ । ଫଳରେ ଅମାନ୍ୟ କରି ସେମାନେ ଗୋପୀନାଥପୁର ଗାଁକୁ ଚାଲିଯାଇଥିଲେ । ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଂଚିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ଜିଲ୍ଲାପାଳଙ୍କୁ ଦୁର୍ବବ୍ୟବହାର କରିବାକୁ ବି ପଛେଇନଥିଲେ । ପରେ ଯାଜପୁର ଏସପି ଘଟଣାସ୍ଥଳରେ ପହଂଚି ଫ୍ଲାଗ୍ ମାର୍ଚ୍ଚ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.