କରୋନା ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ଏହି ଦିବ୍ୟାଙ୍ଗ ମହିଳା, ହ୍ୱିଲ ଚେୟାରରେ ବସି ଲୋକଙ୍କୁ କରୁଛନ୍ତି ସଚେତନ

ଜନ ସେବା କରିବାକୁ ଯେ ଶରୀର ସୁସ୍ଥ ସବଳ ଥିବା ନିହାତି ଦରକାର ସେମିତି କିଛି ମାନେ ନାହିଁ । ଯଦି ମନୋବଳ ଦୃଢ ଥାଏ ତେବେ ଯେ କେହି ଏଦିଗରେ ଆଗେଇ ପାରିବ । ଜନ ସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ ରଖିବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିବେ । ଏମିତି ହିଁ ଏକ ଅସାଧାରଣ କାର୍ଯ୍ୟ କରି ଲୋକ ମୁଖରେ ପ୍ରଶଂସା ସାଉଁଟି ଛନ୍ତି କେନ୍ଦ୍ରାପଡା ରାଜକନିକା ବ୍ଲକର ଜଣେ ଦିବ୍ୟାଙ୍ଗ ମହିଳା ।

କରୋନା ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ଏହି ଦିବ୍ୟାଙ୍ଗ ମହିଳା । ହୁଇଲ୍‌ ଚେୟାରରେ ବସି ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବାଜପୁର ଗାଁର ଦିବ୍ୟାଙ୍ଗ ଓ୍ଵାର୍ଡସଭ୍ୟା ମୀନତି ବାରିକ ଲୋକଙ୍କୁ ସଚେତନ ରହିବାକୁ କହୁଛନ୍ତି । ଏହାସହ ନିଜେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.