Below header

ଦେଢ଼ଶୁରଙ୍କୁ ହତ୍ୟା ଘଟଣା; ଭାଇବୋହୂଙ୍କ ସମେତ ୫ ଗିରଫ

ଦେଢ଼ଶୁରଙ୍କୁ ହତ୍ୟା ଘଟଣାରେ ଭାଇବୋହୂଙ୍କ ସମେତ ୫ ଗିରଫ । ଘଟଣା ଘଟିଛି ସିନ୍ଧେକେଲା ଥାନା ଦେଢଗାଁରେ । ବିଧବା ଭାଇବୋହୁଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ଦେଢ଼ଶୁର ବାଧ୍ୟ କରୁଥିବା ଏବଂ ଜମି ବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟା ଘଟିଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀରି (କେନ୍ୟୁଜ): ଦେଢ଼ଶୁରଙ୍କୁ ହତ୍ୟା ଘଟଣାରେ ଭାଇବୋହୂଙ୍କ ସମେତ ୫ ଗିରଫ । ଘଟଣା ଘଟିଛି ସିନ୍ଧେକେଲା ଥାନା ଦେଢଗାଁରେ । ବିଧବା ଭାଇବୋହୁଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ଦେଢ଼ଶୁର ବାଧ୍ୟ କରୁଥିବା ଏବଂ ଜମି ବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟା ଘଟିଥିବା ଅଭିଯୋଗ ହୋଇଛି ।

ଗତ ୨୨ ତାରିଖ ରାତି ଦେଢ଼ଗାଁର ରୂଖାଡ଼ଙ୍କ ଘରକୁ ପଶି କିଛି ଲୋକ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପୋଲିସ ଘଟଣାର ଘଟଣାର ତଦନ୍ତ ଆରମ୍ଭ କରିବା ସହ ପ୍ରଥମେ ରୂଖାଡ଼ ଥପାଙ୍କ ବିଧବା ଭାଇବୋହୁଙ୍କ ଅଟକ ରଖି ଅଧିକ ପଚରାଉଚରା ପରେ ସବୁ କଥା ବାହାରିଥିଲା। ଵିଧବା ଭାଇବୋହୁ ଜୟନ୍ତୀ ନିଜ ପ୍ରେମିକ ସହ ମିଶି ନିଜ ଦେଢଶୁରଙ୍କୁ ସବୁ ଦିନ ପାଇଁ ହଟାଇବାକୁ ଯୋଜନା କରିଥିଲା। ପ୍ରେମିକ ଗୋପାଳ ମହାନନ୍ଦ ନିଜ ୪ ଜଣ ସହଯୋଗୀଙ୍କୁ ନେଇ ହତ୍ୟାକାଣ୍ଡ ଭଳି ଷଡ଼ଯନ୍ତ୍ର ରଚିଥିଲା । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ଗୋଟିଏ ଆଇରନ ରଡ଼, ଦୁଇଟି ମୋବାଇଲ ଜବତ ହୋଇଥିବା ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.