ସେଞ୍ଚୁରିଆନରେ ଟିମର ସଙ୍କଟମୋଚକ ସାଜିଲେ କେଏଲ ରାହୁଲ, ଖେଳିଲେ ଶତକୀୟ ଇନିଂସ

ପ୍ରଥମ ଇନିଂସରେ ଟିମ ଇଣ୍ଡିଆର ବ୍ୟାଟିଂ ନିରାଶଜନକ ରହିଥିବା ବେଳେ ଏକମାତ୍ର ଖେଳାଳି ଭାବେ କେଏଲ ରାହୁଲ ଶତକ ମାରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ବୋଲରଙ୍କ ସହିତ ମିଶି ଟିମ୍‌ ସ୍କୋରକୁ ୨୪୫ ପର୍ଯ୍ୟନ୍ତ ନେଇଛନ୍ତି ।

ସେଞ୍ଚୁରିଆନରେ ଖେଳାଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ପ୍ରଥମ ଦିନ ଖେଳ ସରିବା ସୁଦ୍ଧା ଭାରତ ୨୦୮ ରନ୍ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୪୫ରେ ଶେଷ କରିଛି ପ୍ରଥମ ଇନିଂସ । ତେବେ ଏହି ମ୍ୟାଚରେ ଦମଦାର ଶତକ ମାରିଛନ୍ତି କେଏଲ ରାହୁଲ । କେଏଲ ରାହୁଲ ୧୩୭ ବଲରେ ୧୦୧ ରନ୍‌ କରିଛନ୍ତି । କେଏଲ ରାହୁଲ ଇନିଂସରେ ୧୪ଟି ଚଉକା, ୪ଟି ଛକା ମାରିଛନ୍ତି । ଭାରତ ପ୍ରଥମ ଇନିଂସରେ ୨୪୫ ରନ୍‌ କରି ଅଲଆଉଟ ହୋଇଛି ।

ପ୍ରଥମ ଇନିଂସରେ ଟିମ ଇଣ୍ଡିଆର ବ୍ୟାଟିଂ ନିରାଶଜନକ ରହିଥିବା ବେଳେ ଏକମାତ୍ର ଖେଳାଳି ଭାବେ କେଏଲ ରାହୁଲ ଶତକ ମାରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ବୋଲରଙ୍କ ସହିତ ମିଶି ଟିମ୍‌ ସ୍କୋରକୁ ୨୪୫ ପର୍ଯ୍ୟନ୍ତ ନେଇଛନ୍ତି । ତେବେ କେଏଲ ରାହୁଲ ନିଜ କ୍ୟାରିଅରର ୧୭ ତମ ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୮ମ ଶତକ ହାସଲ କରିଛନ୍ତି ।

ଭାରତ ପ୍ରଥମ ଦିନରେ ୭୦ ରନ୍ କରି ଅପରାଜିତ ରହିଥିବା ରାହୁଲ ଦ୍ୱିତୀୟ ଦିନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ପୂର୍ବରୁ ୨୦୨୧ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚରେ ରାହୁଲ ୧୨୩ ରନର ଶତକୀୟ ଇନିଂସ ଖେଳିଥିଲେ ।

ତେବେ ଭାରତ ୨୪୫ରେ ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ କରିଛି । ଦକ୍ଷିଣ ଆଫ୍ରିକା ଟିମ୍‌ ୪୯ ରନରେ ୧ ଓ୍ଵିକେଟ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.