Below header

୫ କଲରାପତରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତଙ୍କୁ ଗିରଫ

ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରାକେଟର ପର୍ଦ୍ଦାଫାସ। ଧରାପଡ଼ିଲା ଆନ୍ତଃରାଜ୍ୟ ବାଘ ଛାଲ ରାକେଟ । ଗଜପତି ଜିଲ୍ଲାରୁ ୫ କଲରାପତରିଆ ବାଘ ଛାଲ ଜବତ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବାବେଳେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଗଜପତି : ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରାକେଟର ପର୍ଦ୍ଦାଫାସ। ଧରାପଡ଼ିଲା ଆନ୍ତଃରାଜ୍ୟ ବାଘ ଛାଲ ରାକେଟ । ଗଜପତି ଜିଲ୍ଲାରୁ ୫ କଲରାପତରିଆ ବାଘ ଛାଲ ଜବତ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବାବେଳେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଗିରଫ ଅଭିଯୁକ୍ତଙ୍କ ଠାରୁ ଜଙ୍ଗଲୀ ବିଲେଇ ସହ ଫିସିଂ କ୍ୟାଟ୍ ଛାଲ, ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି । ବାଘ ଛାଲ ରାକେଟର କିଙ୍ଗପିନ୍ ଫେରାର୍ ଅଛି । ତାକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି । ଘଟଣାରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବନବିଭାଗ ।

ତେବେ ରାକେଟର ଚେର କେତେ ଦୂର ଲମ୍ବିଛି ? ରାଜ୍ୟ ବାହାର ସମ୍ପର୍କ ନେଇ ଅଧିକ ଖୋଳତାଡ କରୁଛି ବନ ବିଭାଗ । ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନରେ ଅପରେସନ କରିଥିଲା ବନ ବିଭାଗ। ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୫୫ରୁ ଅଧିକ କଲରାପତରିଆ ଚମଡ଼ା ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାକ୍ସଫୋରସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.