ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା  ଭଂଜନଗର ଥାନା ଅନ୍ତର୍ଗତ ବୁଦୁଲି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା  । ମୃତକ ଜଣକ, ନିକଟସ୍ଥ ନିଧିଆପଲ୍ଲୀ ଗାଁର ଦେବଦତ୍ତ ଦଳବେହେରା ।

ଭଂଜନଗର :  ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା  ଭଂଜନଗର ଥାନା ଅନ୍ତର୍ଗତ ବୁଦୁଲି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା  । ମୃତକ ଜଣକ, ନିକଟସ୍ଥ ନିଧିଆପଲ୍ଲୀ ଗାଁର ଦେବଦତ୍ତ ଦଳବେହେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି ।

ଦୁର୍ଘଟଣା ଘଟାଇଥିବା ବସ୍ ର ଡ୍ରାଇଭରକୁ  ଅଟକ ରଖିଛି, ପୋଲିସ ।  ଭଂଜନଗରରୁ ବାଇକ୍ ଯୋଗେ ନିଜ ଗାଁ ନିଧିଆପଲ୍ଲୀକୁ ଫେରୁଥିଲେ ଦେବଦତ୍ତ ।  ସେହି ସମୟରେ ଫୁଲବାଣୀରୁ ଭଂଜନଗର ଅଭିମୁଖେ ଆସୁଥିବା ଘରୋଇ ବସ୍ ଟି , ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଭଂଜନଗର ଥାନାରେ ଏକ ମାମଲା ରୁଜୁ କରି, ଘଟଣାର ତଦନ୍ତ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.