ଗଂଜାମ ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

ଗଂଜାମ ଗସ୍ତରେ ଆସି କବିସୂର୍ଯ୍ୟନଗର , ଆସିକା ଓ ଭଂଜନଗର ଠାରେ ପହଞ୍ଚିଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କବିସୂର୍ଯ୍ୟନଗର ବ୍ଳକ ର ଆଠଗଡ଼ ପାଟଣା ଠାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ବିକାଶ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ।

ଗଂଜାମ ଗସ୍ତରେ ଆସି କବିସୂର୍ଯ୍ୟନଗର , ଆସିକା ଓ ଭଂଜନଗର ଠାରେ ପହଞ୍ଚିଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କବିସୂର୍ଯ୍ୟନଗର ବ୍ଳକ ର ଆଠଗଡ଼ ପାଟଣା ଠାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ବିକାଶ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ପରେ ପରେ ଆସିକା ଠାରେ ପହଞ୍ଚି ମା’ ଖମ୍ବେଶ୍ୱରୀ ମନ୍ଦିରରେ ଦର୍ଶନ କରି , ମନ୍ଦିର ର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭଂଜନଗର ବ୍ଳକ ଅନ୍ତର୍ଗତ କୁଲାଡ଼ ଠାରେ ପହଞ୍ଚିଥିଲେ ।

ସେଠାରେ ମା’ ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିବା ସହ , କୁଲାଡ଼ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ କରିଥିଲେ । ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଶ୍ରୀ ପାଣ୍ଡିଆନ୍ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ ଚିନ୍ତାଧାରା ଓ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ତତ୍ବାବଧାନରେ , ଭଂଜନଗର ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହାସହ କୁଲାଡ଼ ଜଗନ୍ନାଥ ମନ୍ଦିର ଓ ମା’ ବାଗଦେବୀ ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସହ ସମସ୍ତ କାର୍ଯ୍ୟର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ , ଶ୍ରୀ ପାଣ୍ଡିଆନ୍ । କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.