Below header

ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ଲକ୍ଷ ଅନୁକଂପା ରାଶି ଘୋଷଣା ଓ ରେଡକ୍ରସ ପକ୍ଷରୁ ୩୦ହଜାର ଟଙ୍କା

ମର୍ମନ୍ଜୁଦ ଦୁର୍ଘଟଣା, ଗଲା ୫ ଜଣଙ୍କ ଜୀବନ । ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ଅଟୋକୁ ଧକ୍କା ଦେଲା ହାଇୱା । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା

ମର୍ମନ୍ଜୁଦ ଦୁର୍ଘଟଣା, ଗଲା ୫ ଜଣଙ୍କ ଜୀବନ । ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ଅଟୋକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।

ଦୁର୍ଘଟଣା ପରେ ୧୫ ଫୁଟ ତଳ ବିଲକୁ ଖସି ପଡିଥିଲା ଦୁଇଟି ଯାକ ଗାଡି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଓ ଜଣେ ୭ବର୍ଷର ଛୁଆ ରହିଛନ୍ତି । ଅଟୋରେ ଡ୍ରାଇଭର ସମେତ ୭ଜଣ ଲୋକ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବାବେଳେ ବାଲି ବୋଝେଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା।  ସମସ୍ତଙ୍କ ଘର ସୁନ୍ଦରଗଡ଼ ବଗିଚାପଡାର । ସେପଟେ  ରେଡକ୍ରସ ପକ୍ଷରୁ ୩୦ହଜାର ଟଙ୍କା ଅନୁକଂପା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଉପଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.