Below header

ଖୋର୍ଦ୍ଧା: ଯୁବକଙ୍କୁ ଘରୁ ଡାକିଆଣି ହତ୍ୟା ଅଭିଯୋଗରେ ୬ ଗିରଫ, ୨ ଫେରାର

ବେଗୁନିଆ(କେନ୍ୟୁଜ୍):  ଯୁବକଙ୍କୁ ଘରୁ ଡାକିଆଣି ହତ୍ୟା ଅଭିଯୋଗରେ ୬ ଗିରଫ, ୨ ଫେରାର । ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଅଭିମାନପୁରରେ । ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଦୁଇ ଜଣ ସ୍ୱପ୍ନେଶ୍ୱର ନାୟକ ଓ ଟୁଲୁ ବେହେରା ନାମକ ଯୁବକ ପ୍ରଥମେ ଅପହରଣ କରି ନେଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୁତୁରାକୁ ଖବର ଦେଇଥିଲେ । ଏପରିକି ଯୁବକଙ୍କ ଦାଦାଙ୍କୁ ଶ୍ମଶାନରେ ମୁଖାଗ୍ନି ଦେବାକୁ ବାଧ୍ୟ କରିଥିଲେ । ଏହା ପରେ ବେଗୁନିଆ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ଏସଟି ସାଟିଫିକେଟ କରାଇଦେବା ସହିତ ରାଜନୈତିକ ଦଳ ଭାବରେ ସଂଗଠନ କରୁଥିଲେ । ଏହାକୁ ବିରୋଧ କରିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର ସହ ଦୁଇଟି ବାଇକ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.