ଟିମ୍‌ ଇଣ୍ଡିଆ ବୋଲର୍‌ଙ୍କ କମାଲ, ଇଂଲଣ୍ଡ ଦୁଇ ଶହ ରନ୍‌ ଭିତରେ ଅଲ୍‌ଆଉଟ୍‌

ଲଣ୍ଡନ : ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଆଉ ଶାର୍ଦ୍ଦୁଲ ଠାକୁରଙ୍କ ଆକ୍ରମଣରେ ନିଜ ମାଟିରେ ବଡ଼ ସ୍କୋର କରି ପାରିଲା ନାହିଁ ଇଂଲଣ୍ଡ ଦଳ । ଆଜି ଟ୍ରେଣ୍ଟବ୍ରିଜ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଏହି ଭାରତୀୟ ବୋଲରମାନେ ମିଶି ଇଂଲଣ୍ଡ ଦଳକୁ ୧୮୩ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛନ୍ତି ।

ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓଭରରେ ଏହାର ପ୍ରଥମ ଓ୍ଵିକେଟ୍‌ ପଡ଼ିଥିଲା । ତେବେ ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନ୍‌ମାନେ କିଛି ସମୟ ପାଳି ସମ୍ଭାଳି ନେଇଥିଲେ । ଅଧିନାୟକ ଜୋଏ ରୁଟ୍‌ ସର୍ବାଧିକ ୬୪ ରନ୍‌ ଏବଂ ଜନୀ ବ୍ୟାରେଷ୍ଟୋ ୨୯ ଓ ଜ୍ୟାକ କ୍ରଲୀ ୨୭ ରନ୍‌ କରିଥିଲେ । ସ୍କୋର ୩ ଓ୍ଵିକେଟ୍‌ରେ ୧୩୮ ରନ୍‌ ଥିବା ବେଳେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ଶେଷ ଭାଗରେ ସାମ୍‌ କୁରାନ୍‌ ଅପରାଜିତ ୨୭ ରନ୍‌ କରିଥିଲେ ।

ଭାରତ ପକ୍ଷରୁ ବୁମରା ୪, ସାମି ୩ଟି ଏବଂ ଠାକୁର ୨ଟି ଓ୍ଵିକେଟ୍‌ ନେଇଥିଲେ । ସିରାଜଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଛି ।

 

SCORE-1

SCORE-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.