Below header

ବୃଦ୍ଧଙ୍କ ଭିତରେ ପିଲାକଳି, ୬୦କୁ ଗୁଳି ମାରିଲେ ୭୩

ଜଗତସିଂହପୁର(କେ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ପଳାସୋଳ ଗାଁରେ ଘଟିଛି ଏକ ଅଘଟଣ । ଜଣେ ବୃଦ୍ଧଙ୍କ ବନ୍ଧୁକ ଗୁଳି ମାଡ଼ରେ ଆହତ ହୋଇଛନ୍ତି ଆଉ ଜଣେ ବୃଦ୍ଧ । ବାଡ଼ିରେ ପଶି ଭଙ୍ଗାରୁଜା ଘଟଣାକୁ କେନ୍ଦ୍ର କରି ହିଁ ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ ପଳାସୋଳ ଗ୍ରାମର ସତ୍ୟନାରାୟଣ ମହାନ୍ତି (୭୩ବର୍ଷ)ଙ୍କ ବାଡ଼ିରେ ନିୟମିତ ଭାବେ କିଛି ଲୋକ ପଶି ଚୋରି କରିବା ସହିତ ଭଙ୍ଗା ରୁଜା କରି ଆସୁଥିଲେ । ମାଲିକ ଶ୍ରୀ ନାରାୟଣ ଏହାକୁ ଜଗିବାରୁ ଆଉ ବାଡ଼ିରେ ଅନ୍ୟମାନଙ୍କୁ ଭର୍ତ୍ତି କରାଇ ନ ଦେବାରୁ ତାଙ୍କୁ ଦୁବୃତ୍ତ ମାନେ ଢେଲା ପଥର ମାରିଥିଲେ । ଏହି ସମୟରେ ପରିସ୍ଥିତି ଅସମ୍ଭାଳ ହେବାରୁ ତାଙ୍କ ପାଖରେ ଥିବା ଥିବା ଏକ ଏୟାର ଗନରୁ ଗୁଳି ଫୁଟାଇ ଥିଲେ । ସେହି ଗାଁର ଅନ୍ୟ ଜଣେ ବୃଦ୍ଧ

ଅଶୋକ ବିଶ୍ୱାଳଙ୍କ ( ୬୦ ବର୍ଷ) ମୁଣ୍ଡରେ ଗୁଳି ବାଜିଥିଲା । ଶ୍ରୀ ବିଶ୍ୱାଳ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ଏସସିବିକୁ ସ୍ତାନାନ୍ତରିତ କରାଯାଇଛି । ଘଟଣାର ଅଭିଯୁକ୍ତ ପୋଲିସ ସତ୍ୟନାରାୟଣ ମହାନ୍ତିଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଅନ୍ୟପକ୍ଷରେ ଆହତ ଅଶୋକ ବିଶ୍ୱାଳ କିମ୍ବା ତାଙ୍କ ପରିବାର ପକ୍ଷରୁ ଏଯାବତ କୌଣସି ଏତଲା ଦିଆଯାଇନାହିଁ । ସତ୍ୟ ନାରାୟଣ ଜଣେ ଅବସର ପ୍ରIପ୍ତ ହକି କୋଚ ବୋଲି ପ୍ରଥମିକ ତଦନ୍ତରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.