ଘଟଗାଁ ତାରିଣୀ ମନ୍ଦିର ଶୀଘ୍ର ଖୋଲିବା ଦାବିରେ ମୌନବ୍ରତ, ଧାରଣାରେ ବସିଲେ ବିରୋଧୀ ଦଳର ମୁଖ୍ୟ ସଚେତକ

ଘଟଗାଁ:  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ମନ୍ଦିର ଯଥାଶୀଘ୍ର ଖୋଲିବା ଦାବିରେ ମନ୍ଦିର ସମ୍ମୁଖରେ ଆଜି ମୌନ ବ୍ରତରେ ବସିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଗତକାଲି ଜିଲ୍ଲାପାଳ ଘଟଗାଁ ମା ତାରିଣୀ ମନ୍ଦିର ୧୮ ତାରିଖରେ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ହେଲେ ଆଗକୁ କେନ୍ଦୁଝର ଜିଲ୍ଲାର ଗଣପର୍ବ ମକର ପର୍ବ ଥିବାରୁ ସମସ୍ତଙ୍କ ଇଚ୍ଛାଥାଏ ବୈତରଣୀ ନଦୀରେ ସ୍ନାନ କରି ମା ତାରିଣୀଙ୍କ ଦର୍ଶନ କରିବା ପାଇଁ । ତେଣୁ ଶୀଘ୍ର ମା ତାରିଣୀଙ୍କ ମନ୍ଦିର ଖୋଲିବା ନେଇ ପଦକ୍ଷେପ ଦାବିରେ ଆଜି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ମନ୍ଦିର ସମ୍ମୁଖରେ ମୌନ ବ୍ରତରେ ବସିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.