ବିନା ଛାଡ଼ପତ୍ରରେ ଅନ୍ୟ ପୁରୁଷ ସହ ରହୁଥିବା ମହିଳାଙ୍କ ସହ ରହିପାରିବ ଛୁଆ: ହାଇକୋର୍ଟ

ବିନା ଛାଡ଼ପତ୍ରରେ ଅନ୍ୟ ପୁରୁଷ ସହ ରହୁଥିବା ମହିଳାଙ୍କ ସହ ରହିପାରିବ ଛୁଆ। ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ଘୋଷଣା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟଙ୍କ କହିବାନୁସାରେ ଯଦି ଛୁଆର ମା’ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ କୌଣସି ପରପୁରୁଷ ସହ ବାସ କରୁଥାନ୍ତି, ତେବେ ସେ ପିଲାକୁ ନିଜ ପାଖରେ ରଖିପାରିବେ। ମହିଳାଙ୍କୁ ପିଲାର ଲାଳନପାଳନ କରିବାରୁ କେହି ବଞ୍ଚିତ କରିପାରିବେ ନାହିଁ।

କୋର୍ଟ କହିଛନ୍ତି, ବିନା ଛାଡ଼ପତ୍ରରେ ଅନ୍ୟ ପୁରୁଷ ସହ ରହିବା ସମାଜ ଆଖିରେ ସୁନ୍ଦର ଦିଶୁନଥିଲେ ମଧ୍ୟ ଏକ ପିଲା ପାଇଁ ଏହା ଆବଶ୍ୟକ। ପିଲାମାନେ ନିଜ ମା’ ପାଖରେ ବାପାଙ୍କ ଅପେକ୍ଷା ଅଧିକ ସୁରକ୍ଷିତ ରହିଥାନ୍ତି। ଏଭଳି ସ୍ଥିତିରେ ପିଲାକୁ ତା’ ମା’ଠାରୁ ଦୂରେଇ ଦେବା ଦ୍ୱାରା ତାର ମାନସିକତା ଉପରେ ଖରାପ ପ୍ରଭାବ ପଡ଼ିପାରେ। ଫଳରେ ପିଲାର ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେବ।

କାନପୁରର ରାମକୁମାର ଗୁପ୍ତାଙ୍କ ପିଟିସନ୍‌ର ଶୁଣାଣି କରିବା ଅବସରରେ ମୁଖ୍ୟ ବିଚାରପତି ଜେଜେ ମୁନିର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଯାଚୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ସଂଯୋଗିତା ଛାଡ଼ପତ୍ର ନନେଇ ଆଉ ଜଣେ ବ୍ୟକ୍ତିଙ୍କ ସହ ରହୁଛନ୍ତି। ଏଥିସହ ସେ ପୁଅର କଷ୍ଟଡି ମଧ୍ୟ ମାଗିଛନ୍ତି। ଏହାକୁ ବିରୋଧ କରି ସେ ଏହି ପିଟିସନ୍‌ ଦାଖଲ କରିଥିଲେ। ଏହାର ଶୁଣାଣି କରିବା ଅବସରରେ କୋର୍ଟ ପୁଅର ମତାମତ ନେବା ପରେ ମା’ସଂଯୋଗିତାଙ୍କୁ ପୁଅର ଲାଳନପାଳନ ଦାୟିତ୍ୱ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.