ବଣାଇ : ଗାଡ଼ିରୁ ଜବତ ହେଲା ୬ଲକ୍ଷ ୭୦ ହଜାର ଟଙ୍କା

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସର କଡ଼ା ସୁରକ୍ଷା। ଫ୍ଲାଇଂ ସ୍କ୍ଵାର୍ଡ ଓ ପୋଲିସର ମିଳିତ ଭାବେ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ୬ଲକ୍ଷ ୭୦ ହଜାର ଟଙ୍କା। ଗତକାଲି ରାତିରେ ବଣାଇର କୋଇଡ଼ା ବ୍ଲକ ଛକ ଠାରେ ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ଵାର୍ଡ ଓ ପୋଲିସ। ବଡ଼ବିଲରୁ କୋଇଡ଼ା ଯାଉଥିବା ଏକ ଗାଡ଼ିରୁ ଏହି ଟଙ୍କାକୁ ଜବତ କରାଯାଇଛି। ତେବେ ଟଙ୍କା କେଉଁଠାରୁ ଆସୁଥିଲା ସେ ନେଇ କୌଣସି ସଠିକ ତଥ୍ୟ ମିଳିନାହିଁ। କୋଇଡା ତହସିଲଦାର ତଥା ମାଜିଷ୍ଟ୍ରେଟ ଦୁର୍ଯୋଧନ ଭୋଇ ତଦନ୍ତ ଆରମ୍ଭ କରିଛନ୍ତି।