Below header

 ଓଲଟିଲା ପିକଅପ୍‌ ଭ୍ଯାନ, ୧୦ରୁ ଉର୍ଦ୍ଧ୍ବ ମହିଳା ଆହତ ୭ ଗୁରୁତର

ପିକଅପ୍‌ ଭ୍ଯାନଟି ଓଲଟି ପଡ଼ିବା ଯୋଗୁଁ ସେଥିରେ ବସିଥିବା ୧୨ରୁ ଉର୍ଦ୍ଧ୍ବ ମହିଳା ଆହତ ହେବା ସହ ୭ ଜଣ ମହିଳା ଗୁରୁତର ହୋଇଛନ୍ତି । ପିକଅପ୍‌ ଭ୍ଯାନରେ ୨୫ରୁ ଉର୍ଦ୍ଧ୍ବ ମହିଳା ରହିଥିଲେ ।ସମସ୍ତ ଆହତ ଓ ଗୁରୁତରଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି ।

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବିଶ୍ୱମପୁରୀଆ ସାହିରୁ ସେଠାକାର ଗାୟତ୍ରୀ ପରିବାର କିଛି ମହିଳା ଏକ ପିକଅପ୍‌ ଭ୍ଯାନରେ ଉମରକୋଟକୁ ଶୀତଳ ଷଷ୍ଠୀ ପୂଜା ଦେଖିବା ପାଇଁ ଯାଉଥିବା ସମୟରେ ଏକାମ୍ବା-ଅଞ୍ଚଳା ମଝିରେ ଭାରସାମ୍ୟ ହରାଇ ଗଛରେ ହୋଇଥିଲା। ଫଳରେ ପିକଅପ ଭ୍ଯାନ ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା ।

ପିକଅପ୍‌ ଭ୍ଯାନଟି ଓଲଟି ପଡ଼ିବା ଯୋଗୁଁ ସେଥିରେ ବସିଥିବା ୧୨ରୁ ଉର୍ଦ୍ଧ୍ବ ମହିଳା ଆହତ ହେବା ସହ ୭ ଜଣ ମହିଳା ଗୁରୁତର ହୋଇଛନ୍ତି । ପିକଅପ୍‌ ଭ୍ଯାନରେ ୨୫ରୁ ଉର୍ଦ୍ଧ୍ବ ମହିଳା ରହିଥିଲେ ।ସମସ୍ତ ଆହତ ଓ ଗୁରୁତରଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.