ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୭ବର୍ଷ ଧରି ଥିଲା ପ୍ରେମ ସମ୍ପର୍କ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୁଜନାପାଳ ଗାଁର ଜଣେ ଯୁବତୀଙ୍କ ସହ କାଠକଟାର ବସନ୍ତ ମହାନ୍ତଙ୍କର ୭ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା।

କେନ୍ୟୁଜ୍(ବ୍ୟୁରୋ):୭ ବର୍ଷର ପ୍ରେମ ସମ୍ପର୍କ । ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୁଜନାପାଳ ଗାଁର ଜଣେ ଯୁବତୀଙ୍କ ସହ କାଠକଟାର ବସନ୍ତ ମହାନ୍ତଙ୍କର ୭ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଗତକାଲି ବସନ୍ତଙ୍କ ଅନ୍ୟତ୍ର ବାହାଘର ପାଇଁ ଲଗ୍ନ ଚାଲିଥିବାବେଳେ ଘଟଣାସ୍ଥଳରେ ପହଂଚିଥିଲେ ଯୁବତୀ ।

ଯୁବତୀଙ୍କୁ ଦେଖି ବସନ୍ତଙ୍କ ପରିବାର ମରଣାନ୍ତକ ଆକ୍ରମଣ କରିବା ସହ ମୋବାଇଲ ଛଡାଇ ନେଇଥିଲେ। ଯୁବତୀ ଜଣକ କୌଶଳ କ୍ରମେ ଖସି ଆଇ ପୋଲିସକୁ ଜଣାଇଥିଲେ । ଆନନ୍ଦପୁର ପୋଲିସ ପହଂଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.