Below header

ତେଲ ଟାଙ୍କି ଭିତରୁ  ୭୨ କେଜି  ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

କନ୍ଧମାଳ(କେନ୍ଯୁଜ୍): ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚାଲାଣ। କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ଅଞ୍ଚଳରୁ ବୌଦ୍ଧ ଜିଲ୍ଲାକୁ ଏକ ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚଲାଣ ହେଉଥିବା ବେଳେ ଜବତ କଲା ସଦର ପୋଲିସ । ଚୋରା ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ସଦର ପୋଲିସ । ସୂଚନାନୁଯାୟୀ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରଓ୍ୱାଲଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତେଲ ଟାଙ୍କି ଅଟକ ରଖିବା ସହ ଟାଙ୍କି ଭିତରୁ  ୭୨ କେଜି  ଗଞ୍ଜେଇ ଜବତ କରିଛି। ଅନ୍ଯପଟେ ଉକ୍ତ ଘଟଣାରେ  ଡ୍ରାଇଭରକୁ ଗିରଫ କରି କୋର୍ଟ ଚଲାଣ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ଲକ୍ଷ ହେବ ବୋଲି କହିଛନ୍ତି ଫୁଲବାଣୀ ଏସଡିପିଓ ମନ୍ଦ୍ରେନାଥ ମୂର୍ମୂ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.