କାଠଗଡ଼ାରେ ରାଜ୍ଯର ଏକ ପ୍ରମୁଖ ଗଣମାଧ୍ଯମ, ପୁଣି ଆଉ ଏକ ମାନହାନି ମକଦ୍ଦମା ଦାୟର କଲେ କିମସ୍‌ କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ବର: କାଠଗଡ଼ାରେ ରାଜ୍ଯର ଏକ ପ୍ରମୁଖ ଗଣମାଧ୍ଯମ  । ଉକ୍ତ ଗଣମାଧ୍ଯମ ନାଁରେ ଆଉ ଏକ ମାନହାନି ମକଦ୍ଦମା ଦାୟର କରିଛନ୍ତିି କିମସ୍‌ କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ।  ଉକ୍ତ ଟିଭି ଚ୍ଯାନେଲର ୯ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କେସ୍‌ କରିଛନ୍ତି କିମସ୍‌ କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ । ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ଦାୟର ହୋଇଛି ।

କୋଭିଡ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣାରେ ଏହି ମାମଲା ହୋଇଛି । ପୂର୍ବରୁ ସମ୍‌ ଓ ହାଇଟେକ୍‌ ମେଡିକାଲ୍‌ ପକ୍ଷରୁ ମାମଲା ହୋଇଥିଲା । ବିନା ତଥ୍ୟ ପ୍ରମାଣରେ ମେଡିକାଲକୁ ବଦନାମ୍‌ କରିଛି ଏହି ପ୍ରମୁଖ ଗଣମାଧ୍ଯମ । କୋଭିଡ ନିୟମ ଉଲ୍ଲଂଘନ କରି କୋଭିଡ୍‌ ମେଡିକାଲକୁ ବଦନାମ୍‌ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.