ଆଜି ୭୪ତମ ସ୍ୱାଧୀନତା ଦିବସ, ସାରା ଦେଶରେ କୋଭିଡ କଟକଣା ଭିତରେ ହେଉଛି ପାଳନ

ଭୁବନେଶ୍ବର: ଆଜି ୭୪ତମ ସ୍ୱାଧୀନତା ଦିବସ । କୋଭିଡ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ସକାଳ ୭.୩୦ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି । ଏପଟେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ । ସକାଳ ୯ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ କଟକଣା ପାଇଁ ମାତ୍ର ୭ ମିନିଟର କାଯ୍ୟର୍କ୍ରମ ହେବ । ପରେଡ ହେବ ନାହିଁ ।

କେବଳ ଓଡ଼ିଶା ପୋଲିସର ୩ଟି ଟ୍ରୁଫ୍‌ ପୋଲିସ ବ୍ୟାଣ୍ଡ ସହ ରାଷ୍ଟ୍ରୀୟ ସଲାମୀ ଦେବେ । ୫୦ରୁ ୭୫ ଜଣ ନିମନ୍ତ୍ରିତ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ୧୫ରୁ ୨୦ଜଣ କୋଭିଡ ଯୋଦ୍ଧାକୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କ ଉତ୍ସବକୁ ଆସିବା ଉପରେ କଟକଣା ରହିଛି । ପ୍ରଦର୍ଶନୀ ପଡିଆର ଚାରି ପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.