Below header

କ’ଣ ଏମିତି ବି ଆସେ ମୃତ୍ୟୁ: ଦୁର୍ଘଟଣାରେ ଅନ୍ୟ ୫ ଜଣଙ୍କ ସହ ଆଖି ବୁଜିଲେ ଗୋଟିଏ ପରିବାରର ମା,ପୁଅ ଓ ବୋହୂ

ଛାତିଥରା, ଭୟଙ୍କର ଦୁର୍ଘଟଣା । କହିବାକୁ ବି ଲୋମ ଟାଙ୍କୁରୀ ଉଠୁଛି । କଣ ଏମିତି ବି ଆସେ ମୃତ୍ୟୁ । ସରି ସରି ଆସୁଛି ପୁରୁଣା ବର୍ଷ, ନୂଆ ବରଷରକୁ ଆଉ ରହିଲା ଦିନ କେଇଟା । ୟାରି ଭିତରେ କେତେ ଖୁସିରେ ବାହାରିଥିଲେ ସଭିଏଁ ଟିକେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ । ମା'ଙ୍କ ଦର୍ଶନ ସାରି ବାହାରି ଥାନ୍ତେ ପୁରୀ । ହେଲେ ଅଧା ରହିଗଲା ସବୁ ସ୍ଵପ୍ନ, ମଉଳିଗଲା ସବୁ ଆଶା । ସବୁ ଖୁସି ନିମିଷକ ଭିତରେ ପାଣି ଫୋଟାକା ପରି ମିଳାଇଗଲା।

ଘଟଗାଁ /ବ୍ରହ୍ମପୁର(କେନ୍ୟୁଜ): ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ସାରା ପରିବେଶ । କିଛି ଦିନ ପୂର୍ବରୁ ଏଇ ପରିବାରରେ ଘଟିଥିଲା ଦୁଃଖଦ ଘଟଣା । ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଆଖି ବୁଜିଥିଲେ ଗଞ୍ଜମ ସାନଖେମୁଣ୍ଡି ବ୍ଳକ୍ ପୋଡାମାରିର ଗଜେନ୍ଦ୍ର ପ୍ରଧାନଙ୍କ ପରିବାର ତଥା ସମ୍ପର୍କୀୟ ଦଶ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଉ ଆଜି ପୁଣି ଆରପାରିକୁ ଚାଲିଗଲେ ଏହି ପରିବାରର ୩ ଜଣଙ୍କ ସହ ଅନ୍ୟ ୫ଜଣ ।

ଛାତିଥରା, ଭୟଙ୍କର ଦୁର୍ଘଟଣା । କହିବାକୁ ବି ଲୋମ ଟାଙ୍କୁରୀ ଉଠୁଛି । କଣ ଏମିତି ବି ଆସେ ମୃତ୍ୟୁ । ସରି ସରି ଆସୁଛି ପୁରୁଣା ବର୍ଷ, ନୂଆ ବରଷରକୁ ଆଉ ରହିଲା ଦିନ କେଇଟା । ୟାରି ଭିତରେ କେତେ ଖୁସିରେ ବାହାରିଥିଲେ ସଭିଏଁ ଟିକେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ । ମା’ଙ୍କ ଦର୍ଶନ ସାରି ବାହାରି ଥାନ୍ତେ ପୁରୀ । ହେଲେ ଅଧା ରହିଗଲା ସବୁ ସ୍ଵପ୍ନ, ମଉଳିଗଲା ସବୁ ଆଶା । ସବୁ ଖୁସି ନିମିଷକ ଭିତରେ ପାଣି ଫୋଟାକା ପରି ମିଳାଇଗଲା।

ତାରିଣୀ ମନ୍ଦିରର ମାତ୍ର ୪ କିଲୋମିଟର ଦୁରରେ ଘଟିଲା ଏମିତି ମର୍ମନ୍ତୁଦ ଦୁର୍ଘଟଣା ଯାହାକୁ କିଏ କେବେ ଭାବନାରେ ସୁଦ୍ଧା ଭାବିନଥିବେ। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଖାଲି ସେତିକି ନୁହେଁ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଆଗକୁ ମୃତକଙ୍କ ସଂଖ୍ଯା ବଢିପାରେ ବୋଲି କୁହାଯାଇଛି । ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏପଟେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଭିତରେ ପୋଡାମାରିର ମିତା ପ୍ରଧାନ , ଆକାଶ ପ୍ରଧାନ ଓ ଲିଲି ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ, ବତାଗଡ଼ ର ୩ଜଣ , ପାଳଝାଡ଼ିା ଜଣଙ୍କର ଏବଂ ଦେଖାଳିର ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ପୋଡାମାରିର ମୃତ ମିତା ପ୍ରଧାନ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ଯାଆ ବୋଲି ଜଣାପଡିଛି । ଏବେ ନିଜ ସ୍ତ୍ରୀ, ଗୋଟିଏ ବୋଲି ପୁଅ ଓ ବୋହୂକୁ ହରାଇ ଭାଙ୍ଗି ପଡିଛନ୍ତି ଗଜେନ୍ଦ୍ର ।

କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ବାଲିଯୋଡ଼ି ନିକଟରେ ଆଜି ଭୋର ପାଖାପାଖି ୫ଟାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ କିନ୍ତୁ ଫେରାର ହୋଇଯାଇଛି। ତେଣେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ପଛ ସିଟରେ ବସିଥିବା ଜଣେ ବ୍ୟକ୍ତି। ବ୍ୟକ୍ତିଙ୍କ ସୂଚନା ମିଳିଛି, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିଲା ଏକ ଉଇଙ୍ଗର ଭ୍ୟାନ‌। ଯେଉଁ ଗାଡ଼ିରେ ଆସିଥିଲେ ୧୮ଜଣ । ସଭିଏଁ ଘଟଗାଁ ଆସୁଥିଲେ। ସେମାନେ ରାତି ସାଢ଼େ ୧୦ଟା ସମୟରେ ଘରୁ ବାହାରିଥିଲେ।

ତେବେ ଯାହା ଅନୁମାନ କରାଯାଉଛି କି, ଭୋର ସମୟ‌ରେ କୁହୁଡ଼ି ଥିବା ଯୋଗୁ ଡ୍ରାଇଭର ରାସ୍ତାକଡ଼ରେ ଥିବା ଏକ ଟ୍ରକଟିକୁ ଦେଖିନପାରିବା ହେତୁ ଦ୍ରୁତ ବେଗରେ ଆସି ଟ୍ରକଟି ସହ ପିଟି ହୋଇଥିଲା । ତେବେ ଦୁର୍ଘଟଣାରେ ଭ୍ୟାନର ସାମନା ଅଂଶଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସମ୍ମୁଖ ଭାଗରେ ବସିଥିବା ଯାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ପ୍ରତିଦିନ ଆସୁଛି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଅନେକ ଖବର । ଉଜୁଡି ଯାଉଛି ଅନେକ ସଂସାର। ଏନେଇ ସରକାରଙ୍କ ପକ୍ଷରୁ ସଚେତନତା ସହ ଅମାନିଆଙ୍କ ଉପରେ ନିଆଯାଉଛି କଠୋର ପଦକ୍ଷପ। ତଥାପି କମୁନି ଦୁର୍ଘଟଣା। ତେବେ ମୃତକଙ୍କ ପରିବାର ବର୍ଗଙ୍କୁ ଭଗବାନ ଏଭଳି ଦୁଃଖକୁ ସହିବ ଧର୍ଯ୍ୟ ଏବଂ ସାହାସ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.