Below header

ଜାଗରରେ ଅଘଟଣ, ପରିବାର ଲୋକଙ୍କ ସାଥିରେ ଦୀପ ଜାଳିବାକୁ ଆସି କୂଅରେ ପଡି ଚାଲିଗଲା ୮ ବର୍ଷ ନାବାଳକର ଜୀବନ

ନାବାଳକ ଜଣଙ୍କ ତାର ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ।ବାଳକ ଜଣଙ୍କ ରାସ୍ତା ଜାଣିନପାରି ମନ୍ଦିର ନିକଟରେ ଥିବା ଏକ କୂଅରେ ଖସିପଡିଥିଲେ ।

ଟାଙ୍ଗୀ(କେନ୍ୟୁଜ୍): ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଗାଁ ନିକଟରେ ଅଘଟଣ। କୂଅରେ ପଡି ଜଣେ ୮ବର୍ଷ ନାବାଳକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଜଙ୍କିଆ  ଗ୍ରାମର ବାୟା ବେହେରାଙ୍କ ନାତି ବୋଲି ଜଣା ପଡିଛି । ନାବାଳକ ଜଣଙ୍କ ତାର ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ।ବାଳକ ଜଣଙ୍କ ରାସ୍ତା ଜାଣିନପାରି ମନ୍ଦିର ନିକଟରେ ଥିବା ଏକ କୂଅରେ ଖସିପଡିଥିଲେ । ବହୁ ଖୋଜା ଖୋଜି ପରେ ନାବାଳକଙ୍କୁ ନପାଇ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ।

ଖବର ପାଇ ମନ୍ଦିର ନିକଟ କୂଅରୁ ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି। ଖବର  ପାଇ ଜଙ୍କିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛି।ମୃତଦେହ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ନାଵାଳକର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.