ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ଜାଡେଜାଙ୍କ ବୋଲିଂରେ ଧରାଶାୟୀ ଅଷ୍ଟ୍ରେଲିଆ, ଭାରତ ସାମ୍ନାରେ ୧୧୫ ରନର ଟାର୍ଗେଟ

ଦିଲ୍ଲୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ୧୧୩ ରନରେ ଧରାଶାୟୀ ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହେଲା ଅଷ୍ଟ୍ରେଲିଆ ।

ଦିଲ୍ଲୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ୧୧୩ ରନରେ ଧରାଶାୟୀ ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହେଲା ଅଷ୍ଟ୍ରେଲିଆ । ରବିନ୍ଦ୍ର ଜାଡେଜା ସର୍ବାଧିକ ୭ ଓ୍ଵିକେଟ ନେଇଥିବା ବେଳ ଅଶ୍ୱିନ ୩ଟି ଓ୍ଵିକେଟ ନେଇଛନ୍ତି । ଜାଡେଜା ୪୨ ରନରେ ୭ଟି ଓ୍ଵିକେଟ ନେଇଛନ୍ତି । ତୃତୀୟ ଦିନରେ ବି ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନୀଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଲା ।

ରବୀନ୍ଦ୍ର ଜାଡେଜା ୭ଟି ଓ୍ଵିକେଟ ନେଇଥିବା ବେଳେ ଆର ଅଶ୍ୱିନ ୩ଟି ଓ୍ଵିକେଟ ନେଇଛନ୍ତି । ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ । ପିଚ୍ରେ ସ୍ପିନରଙ୍କ ଦବ୍ଦବା ଜାରି ରହିଛି । ମାତ୍ର ୨୮ ରନରେ ୭ଟି ଓ୍ଵିକେଟ ହରାଇଲା ଅଷ୍ଟ୍ରେଲିଆ ।

ତେବେ ୧୧୫ ରନର ଟାର୍ଗେଟ ମିଳିବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଦେଇଛି। ରୋହିତ ଶର୍ମା ଏବଂ କେଏଲ୍‌ ରାହୁଏ ବ୍ୟାଟିଂ କରୁଛନ୍ତି । ଭାରତ ପ୍ରଥମ ଓଭରରେ ୬ ରନ୍‌ କରିଛି ।

ଦ୍ୱିତୀୟ ଦିନ ଖେଳା ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ସ୍କୋର ୬୧ ରନରେ ଥିଲା। ହେଲେ ତୃତୀୟ ଦିନ ଖେଳ ଆରମ୍ଭ ହେବା ପରେ ୧୧୩ ରନରେ ୯ ଓ୍ଵିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଟିମ୍‌ ୫୨ ରନରେ ୮ଟି ଓ୍ଵିକେଟ ହରାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.