Below header

ସୁସ୍ଥତାରେ ବି ଆଜି ରେକର୍ଡ ଭାଙ୍ଗିଲା ଓଡିଶା, ୮୦୮ ହେଲେ କରୋନା ମୁକ୍ତ

ଭୁବନେଶ୍ୱର: ଗୋଟେ ପଟେ ଆଜି ସକାଳେ ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟବାସୀ ଆତଙ୍କ ହୋଇଥିବା ବେଳେ ସଂଧ୍ୟାର ସୁସ୍ଥତା ରିପୋର୍ଟ ଓଡିଶା ବାସୀଙ୍କୁ କିଛିଟା ଆଶ୍ବସ୍ତି ଦେବ । ଆଜି ରାଜ୍ୟରେ ୮୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥତା ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୫୨୦୦କୁ ବୃଦ୍ଧି ପାଇଛି । ଆହୁରି ମଧ୍ୟ ସକାଳର କରୋନା ଆକ୍ରାନ୍ତ ସଂଖ୍ୟାର ପାଖାପାଖି ୫୦ ପ୍ରତିଶତ ରହିଛି ସୁସ୍ଥ ସଂଖ୍ୟା ।

ସୁସ୍ଥତାରେ ବି ରେକର୍ଡ ଭାଙ୍ଗିଛି ଗଂଜାମ । ଜିଲ୍ଲାରୁ ଆଜି ସର୍ବାଧିକ ୫୩୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୬୧ ଜଣ ଆରୋଗ୍ୟଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ରାୟଗଡା । ଅନ୍ୟପକ୍ଷରେ କଟକରୁ ୩୫ ଜଣ, ମାଲକାନଗିରିରୁ ୩୦ ଜଣ, ଗଜପତିରୁ ୨୨ ଜଣ,ବାଲେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧାରୁ ୧୯ ଜଣ, ବରଗଡ଼ ଓ ଭଦ୍ରକରୁ ୧୮ ଜଣ ଲେଖାଏ, ବୌଦ୍ଧରୁ ୮ ଜଣ , ଝାରସୁଗୁଡା, ଜଗତସିଂହପୁର,

କେନ୍ଦ୍ରାପଡା,କେଉଁଝରରୁ ୭ ଜଣ ଲେଖାଏଁ, ସମ୍ବଲପୁରରୁ ୫ ଜଣ, ନବରଙ୍ଗପୁରରୁ ୪ ଜଣ, ସୁନ୍ଦରଗଡରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଯେବେକି ଅନୁଗୁଳ, ଯାଜପୁର,ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ରିପୋର୍ଟ ଆସିଛି । ସେପଟେ କୋରାପୁଟ ଓ ନୟାଗଡ ରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଫେରିଥିବା ରେକର୍ଡ ହୋଈଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.