ଦେଶକୁ ଦେଉଛି ସୁରକ୍ଷା କିନ୍ତୁ ନିଜ ବାପାଙ୍କୁ ଦେଇପାରିଲିନି ମୁଣ୍ଡ ପିଟି କାନ୍ଦୁଛନ୍ତି ଯବାନ, ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

କେତେ ହୃଦୟବିଦାରକ ସତେ । କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ଯୁବକ ଜଣକ । କାରଣ ସେ ନିଜ ବାପାଙ୍କୁ ହରାଇଛନ୍ତି । ନିଜକୁ ହିଁ ଦାୟୀ କରୁଛନ୍ତି । କହୁଛନ୍ତି ନିଜ ଜୀବନକୁ ପାଣି ଛଡାଇ ଦେଶକୁ ସୁରକ୍ଷା ଦେଉଥିଲି ହେଲେ ଜନ୍ମ ଦେଇଥିବା ବାପାଙ୍କୁ ଆଜି ବଞ୍ଚାଇ ପାରିଲିନି ସାହେବ । ଅତି ନିର୍ଦ୍ଦୟ ଭାବେ ସେମାନେ ମୋ ବାପାଙ୍କୁ ମାରିଦେଲେ । ମୁଁ ମୋ ବାପାଙ୍କୁ ରକ୍ଷା କରି ପାରିଲିନି । ମୋ ପାଇଁ ୟା ଠାରୁ ବଡ ଦୁଃଖ ଆଉ କଣ ଅଛି ? ଏମିତି କହି ମୁଣ୍ଡ ବାଡେଇ କାନ୍ଦୁଛନ୍ତି ଯବାନ ଜଣକ । ରକ୍ତଭିଜା ଡ୍ରେସ ପିନ୍ଧି ଅତି ବିକଳ ହୋଇ କାନ୍ଦୁଛନ୍ତି । ଯେମିତି ପୂରା ଅସହାୟ ହୋଇପଡ଼ିଛନ୍ତି ଯବାନ୍‌ ଜଣକ ।

ଏ ଦୃଶ୍ୟ ଆପଣଙ୍କ ହୃଦୟ ଥରାଇ ଦେବ । ଯେକୌଣସି ଲୋକ ଆଖିରେ ବି ଲୁହ ଆଣିଦେବ । ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟକୁ । ନିଜ ବାପାଙ୍କୁ ବଞ୍ଚାଇ ପାରିନଥିବାରୁ କେତେ ବିକଳ ହୋଇ କାନ୍ଦୁଛି ଏଇ ଅସହାୟ ପୁଅଟି । ତେବେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଅମେଠି ଜିଲ୍ଲାର ସାକୁଲପୁର ଗାଁରେ । ସୂର୍ଯ୍ୟ ପ୍ରକାଶ ମିଶ୍ରା ନାମକ ଏହି ବ୍ୟକ୍ତି ଜଣକ ଭାରତୀୟ ସେନାରେ ଚାକିରି କରନ୍ତି । କିଛିଦିନ ତଳେ ସେ ଛୁଟିରେ ଗାଁକୁ ବୁଲିବାକୁ ଆସିଥିଲେ ।

ତାଙ୍କ କହିବା ଅନୁଯାୟୀ ବାପା ରାଜେନ୍ଦ୍ର ମିଶ୍ରାଙ୍କର ଜମିଜମା ମାମଲାକୁ ନେଇ ଗାଁର କିଛି ଲୋକଙ୍କ ସହ ଝଗଡା ହୋଇଥିଲା । ମଙ୍ଗଳବାର ଦିନ ସକାଳେ ବାପା କାନ୍ଥ ପ୍ଳାଷ୍ଟର କରୁଥିବା ସମୟରେ ହଠାତ ଗାଁର କିଛି ଲୋକ ଆସି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ସମୟରେ ତାଙ୍କ ସାନ ଭାଇଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ରକ୍ଷା କରିବାକୁ ଯାଇଥିଲେ କିନ୍ତୁ ସେ ମଧ୍ୟ ଆକ୍ରମଣକାରୀଙ୍କ ମାଡ଼ରେ ଲହୁଲୁହାଣ ହୋଇପଡିଲେ । ଆଉ ତାପରେ ଦୁର୍ବୃତ୍ତମାନେ ଯବାନ୍‌ଙ୍କ ତାଙ୍କ ବାପାଙ୍କୁ ଅତି ନିର୍ଦ୍ଦୟ ଭାବେ ଛୁରୀରେ ଆକ୍ରମଣ କରିଥିଲେ ।
ଘଟଣା ସମ୍ପର୍କରେ ସଂଗେ ସଂଗେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବାପାଙ୍କୁ ଡାକ୍ତରଖାନା ନିଆଯାଇଥିଲା ସତ କିନ୍ତୁ ସେତେବେଳକୁ ରାଜେନ୍ଦ୍ରଙ୍କ ଦେହରେ ଆଉ ପ୍ରାଣ ନଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାପାଙ୍କ ମୃତ୍ୟୁକୁ ଆଖି ଆଗରେ ଦେଖି ନିଜକୁ ଆଉ ସମ୍ଭାଳି ପାରୁନାହାନ୍ତି ଏଇ ପୁଅ ଜଣକ । ମଥା ପିଟି ପିଟି କାନ୍ଦୁଛନ୍ତି ଆଉ କହୁଛନ୍ତି ମଁ ସୀମାରେ ରହି ସାରା ଦେଶକୁ ସୁରକ୍ଷା ଦେଉଛି ସତ କିନ୍ତୁ ଦେଶ ଭିତରେ ନିଜ ବାପାଙ୍କୁ ରକ୍ଷା କରି ପାରିଲି ନାହିଁ । ଏଇ ଭିଜୁଆଲ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.