Below header

ଚୀନ୍‌ ଉପରେ ଭାରତର ସେକେଣ୍ଡ୍‌ ଷ୍ଟ୍ରୋକ୍‌, ଚୀନ୍‌କୁ ଶେଷ କରିବାକୁ ବାଣିଜ୍ୟ ନୀତିରେ ନୂଆ ନିୟମ ଆଣିଲା

ନୂଆଦିଲ୍ଲୀ : ଚୀନ୍‌ର ଔଦ୍ଧତ୍ୟକୁ ବ୍ରେକ୍‌ ଦେବା ପାଇଁ ଭାରତ ତା’ର ବାଣିଜ୍ୟିକ ନୀତିରେ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ନୂଆ ନିୟମ ଅନୁଯାୟୀ କୈାଣସି ସରକାରୀ କ୍ରୟରେ ଭାଗ ନେବାକୁ ହେଲେ ଉକ୍ତ କମ୍ପାନୀକୁ ଡିପାଟ୍‌ମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌(ଡିପିଆଇଆଇଟି)ରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ । ଏହାଛଡା ତା’କୁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ରାଜନୈତିକ ଓ ସୂରକ୍ଷା ଅନୁମତି ନେବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

make in.JPG-1

କେନ୍ଦ୍ର ସରକାର ଏ ସମ୍ପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖି, ସମସ୍ତ ସରକାରୀ କ୍ରୟ ବେଳେ ଏହି ନିୟମକୁ ପାଳନ କରିବାକୁ କହିଛନ୍ତି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିୟମରେ କିଛିଟା କୋହଳ କରିଛନ୍ତି । କେବଳ କରାନା ସମ୍ପର୍କିତ ଜିନିଷ କିଣିବାକୁ ଆସନ୍ତା ଡିସେମ୍ବର ମାସ ଯାଏ ଏହି ନିୟମରେ କୋହଳ ରହିବ ।

ଜେନେରାଲ୍‌ ଫାଇନାନ୍‌ସିଆଲ୍‌ ନିୟମ ୨୦୧୭ ରେ ଏହି ନୂଆ ନିୟମର ପରିବର୍ତ୍ତନ କରାଯାଇଛି । ଏହି ନିୟମ ସେହି ଦେଶ ସହ ଲାଗୁ ହେବ ଯିଏ ଭାରତ ସୀମା ସହ ସଲଗ୍ନ ଥାଇ ଭାରତର ସରକାରୀ କ୍ରୟରେ ଭାଗ ନେଉଛି । ଏ ସମ୍ପର୍କରେ ଚୀନ୍‌ର ନାମ ନିଆଯାଇ ନଥିଲେ ମଧ୍ୟ ପରୋକ୍ଷରେ ଏହି ନିୟମ ଚୀନ୍‌ ପାଇଁ ଲାଗୁ କରାଯାଇଥିବା ଜଣାଯାଇଛି । ଯାହାକି ଚୀନ୍‌ ଉପରେ ବଡ଼ ପ୍ରଭାବ ପକାଇବ । କାରଣ ଭାରତ ତା’ର ପଡ଼ୋଶୀ ଦେଶ ଭିତରେ ସର୍ବାଧିକ ବେପାର ଚୀନ୍‌ ସହ କରିଥାଏ ।

make in -2

ଏକ ପରିସଂଖ୍ୟାନ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତ ଚୀନ୍‌ ସହ ୬୫.୨୬ ବିଲିୟନ୍‌ ଡଲାର ବ୍ୟବସାୟ କରିଥିବା ବେଳେ ଚୀନ୍‌ ଭାରତ ସହ ମାତ୍ର ୧୬.୬ ବିଲୟନ୍‌ ଡଲାର ବେପାର କରିଥିବା ଜଣାଯାଇଛି । ଅର୍ଥାତ ଭାରତ ଚୀନ୍‌ ସହ ବହୁ ଅଧିକ ବ୍ୟବସାୟ କରିଛି । ତେଣୁ ଚୀନ୍‌ର ଆର୍ଥିକ ଅଭିବୃଦ୍ଧିରେ ଭାରତର ଅବଦାନ ସର୍ବାଧିକ ।

ଯେଉଁ ଦେଶ ଭାରତର ସୂରକ୍ଷା ପାଇଁ ବଡ଼ ବିପଦ । ଯେଉଁ ଦେଶ ଭାରତ ସହ ନିଜର ଶତ୍ରୁ ମନୋଭାବକୁ ଖୋଲାଖୋଲି ଜାହିର କରୁଛି । ଯେଉଁ ଦେଶ ପାକିସ୍ତାନକୁ ସହଯୋଗ କରୁଛି ଓ ଯେଉଁ ଦେଶ ସୀମାରେ ଭାରତ ସହ ସଂଘର୍ଷ କରୁଛି । ସେ ଦେଶ ସହ ଭାରତ କେବେ ସରଳ ଓ ସହଜ ମନୋଭାବ ପ୍ରଦର୍ଶନ କରିବ ନାହିଁ ବୋଲି ଭାରତ ଏହି ନିୟମରେ ପରିବର୍ତ୍ତନ କରି ଚୀନ୍‌କୁ ସୂଚନା ଦେଇଛି ।

ପ୍ରକାଶଯୋଗ୍ୟ ଯେ ନିକଟରେ ଭାରତ ଚୀନ୍‌ର ୫୯ ଟି ଆପ୍‌ ବ୍ୟାନ୍‌ କରିବା ସହ ଚୀନ୍‌ କମ୍ପାନୀର ଭାରତରେ ଥିବା ବହୁ ପ୍ରୋଜେକ୍ଟକୁ ବନ୍ଦ କରିଦେଇଛି । ଯାହାକୁ ଏକ ରଣନୀତି ‘ଡି କପ୍‌ଲିଙ୍ଗ୍‌’ କୁହାଯାଏ । ଭାରତ ସହ ଆମେରିକା, ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆ ମଧ୍ୟ ଏହି ‘ଡି କପ୍‌ଲିଙ୍ଗ୍‌’ ରେ ଯୋଗ ଦେଇଛନ୍ତି । ଯାହା ଫଳରେ ଚୀନ୍‌ର ବହୁ କ୍ଷତି ହେବା ସହ ଆଗାମୀ ଦିନରେ ତା’ର ଅର୍ଥନୀତି ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.