Below header

ଦୁଇବର୍ଷ ହେବ ଏଠାରୁ ଆପେ ଆପେ ବାହାରୁଛି ପାଣି, ଗ୍ରାମବାସୀ ଭାବୁଛନ୍ତି ଭଗବାନଙ୍କ କୃପା

କି ଦିନ କି ରାତି ଅନବରତ ବହୁଛି ପାଣି । ନା ଏହା ସପ୍ଲାଇ ପାଣି ନା ପାନୀୟ ଜଳ ଯୋଗାଣ ପକ୍ଷରୁ ଏହାକୁ ଯୋଗାଇ ଦିଆଯାଉଛି । ସାଧରଣତଃ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପାଣି ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଥାଏ, କିନ୍ତୁ ଏହାପାଇଁ ନା ଅଛି କିଛି ସମୟ ନା କୌଣସି ଦିନ । ଦିର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଏଠାରେ ଆପେ ଆପେ ବାହାରୁଛି ପାଣି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମରେ । ମାନପୁର ଗ୍ରାମର ମୁଣ୍ଡାସାହି ଠାରେ ପାନୀୟ ଜଳର ଘୋର ସମସ୍ୟା ରହିଥିଲା । ୨୦୧୮ ମସିହାରେ ସେଠାରେ ଏକ ନଳକୂପ ବସାଇବା ପାଇଁ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ସାହିର ଏକ ସ୍ଥାନରେ ବୋରିଙ୍ଗ ଖୋଳା ଗଲା ହେଲେ ଅଚାନକ ବୋରିଙ୍ଗ ଖୋଳିବା ସ୍ଥାନରେ ବହୁଳ ମାତ୍ରାରେ ପାଣି ବାହାରିଲା । ଏତେ ମାତ୍ରାରେ ପାଣି ବାହାରିଲା ଯେ ସେଠାରେ ନଳକୂପ ବସାଇବା ସମ୍ଭବ ହେଲା ନାହିଁ । ସେବେ ଠାରୁ ସେହି ସ୍ଥାନରେ ଆଜକୁ ଦୁଇବର୍ଷରୁ ଅଧିକ ସମୟ ହେବେ ଦିନ ରାତି ସବୁବେଳେ ଆପେ ଆପେ ପାଣି ବାହାରୁଛି । ଏଭଳି ଘଟଣା ଘଟିବାଦ୍ୱାରା ଗ୍ରାମବାସୀ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ତେବେ ଭଗବାନ ତାଙ୍କ ଗ୍ରାମକୁ କୃପା ଦେଖାଇଛନ୍ତି ଗ୍ରାମବାସୀ ଭାବି ନେଇଛନ୍ତି ।

ଏହି ପାଣି ଉପରେ ଆଖାପାଖ ଅଂଚଳର ୧୦୦ରୁ ଉର୍ଦ୍ଧ୍ୱ ପରିବାର ନିର୍ଭର କରିଆସୁଛନ୍ତି । ସ୍ଥାନୀୟ ଲୋକେ ପିଇବା ପାଣି ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ଏହି ପାଣିକୁ ବ୍ୟବାହାର କରୁଥିବା ବେଳେ ପାଖ ବିଲରେ ମଧ୍ୟ ଏହି ପାଣି ଦ୍ୱାରା ଲୋକେ ଚାଷ ମଧ୍ୟ କରୁଛନ୍ତି । ପାଣି ଲୋକମାନେ ଆବଶ୍ୟକ ପରିମାଣରେ ବ୍ୟବହାର କରିବା ସତ୍ତ୍ୱେ ବି ଅନେକ ପାଣି ନଷ୍ଟ ହୋଇଯାଉଛି । ଏନେଇ ପ୍ରସାଶନ ପକ୍ଷରୁ କିଛି ବ୍ୟବସ୍ଥା କରାଗଲେ ଜଳ ନଷ୍ଟ ନ ହୋଇ ଲୋକେ ଉପକୃତ ହୋଇପାରନ୍ତେ ବୋଲି ଅଂଚଳବାସୀ କହିଛନ୍ତି । ତେବେ ଏହା କିପରି ହେଉଛି ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଏହା କିପରି ହେଉଛି ସେ ବିଷୟରେ କିଛି ଜଣାପଡୁନି ଏବଂ ୫ ରୁ ୬ ବର୍ଷ ମଧ୍ୟରେ ଏହି ସ୍ଥାନରେ ପାଣିର ମାତ୍ରା କମିଯିବାର ଅନୁମାନ କରାଯାଉଛି ଆଉ ତା ପରେ ସେଠାରେ ନଳପୂପ ବସାଇ ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.