ଗଞ୍ଜାମରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି, ପରିସ୍ଥିତି ହେଉଛି ଅସମ୍ଭାଳ

ରାଜ୍ୟର କୋଣ ଅନୁକୋଣକୁ କରୋନା ନିଜ କବଳକୁ ନେବାରେ ଲାଗିଛି । ଏହାସହ ଦିନ କୁ ଦିନ ବଢ଼ିବାରେ ଲାଗିଛି ଦୈନନ୍ଦିନ ଆକ୍ରାନ୍ତ ସଂଖ୍ୟା । କରୋନାର ଏହି କରାଳ ଛାୟାରେ ସର୍ବାଧିକ ଆକ୍ରାନ୍ତ ହୋଇଛି ଦକ୍ଷିଣ ଓଡିଶା ଜିଲ୍ଲା ଗଞ୍ଜାମ । ଏଯାବତ ରାଜ୍ୟରେ ସମୁଦାୟ ୨୧୬୯୩ ଟି ପଜିଟିଭ କେସ ଚିହ୍ନଟ ହୋଇଥିବାବେଳେ ଏମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଅଛନ୍ତି । ସମ୍ପ୍ରତ୍ତି ଜିଲ୍ଲାରେ ୩୦୭୬
ଟି ଆକ୍ଟିଭ କେଶ ରହିଛି । ଯାହାକି ରାଜ୍ୟ ମୋଟ ସଂଖ୍ୟାର ୩୭.୭୫ ପ୍ରତିଶତ ହେବ । ଖାଲି ସେତିକି ନୁହେଁ, ତାଲିକାର ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଥିବା ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଆକ୍ଟିଭ କେସ ସଂଖ୍ୟାକୁ ଯଦି ମିଶାଯାଏ ତେବେ ଏହା ଓଡ଼ିଶା ସଂଖ୍ୟାର ୫୩.୪୪
ପ୍ରତିଶତ ହେବ । ଜାରି ହୋଇଥିବା ସୂଚନା ଅନୁଯାୟୀ ଏଯାବତ ଏହି ଦୁଇଟି ଜିଲାରେ ସମୁଦାୟ ୪୩୫୪ଟି ଆକ୍ଟିଭ କେଶ ରହିଛି ।

SDPO, IIC among 22 people who test positive in Ganjam ...

ଯେବେକି ରାଜ୍ୟରେ ୮୧୪୭ ଟି ଆକ୍ଟିଭ କେସ ରହିଥିବା ଜଣାଯାଇଛି । ଖାଲି ସଂକ୍ରମିତ ନୁହେଁ କରୋନା ମୃତ୍ୟୁ ତାଲିକାରେ ବି ଟପରେ ଅଛି ଗଞ୍ଜାମ । ଆଜି ଭିତରେ ରାଜ୍ୟରେ ୧୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏ ମଧ୍ୟରୁ କେବଳ ଗଞ୍ଜାମରୁ ହିଁ ୭୦ ଜଣ ଅଛନ୍ତି । ଆଉ ବିଡ଼ମ୍ବନାର ବିଷୟଯେ ଏହି ହାର ବି ରାଜ୍ୟର ସମୁଦାୟ ହାରର ୫୮ ପ୍ରତିଶତ ହେବ । ଏବେ ପ୍ରଶ୍ନ ଉଠେ ମହାମାରୀ କରୋନା ଗଂଜାମକୁ ହିଁ କାହିଁକି ନିଜ ଟାର୍ଗେଟରେ ରଖିଛି । ଜିଲ୍ଲାର ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ଓ ମୃତ୍ୟୁ ହେବା ପଛର ପ୍ରକୃତ କାରଣ କଣ ? ଏହାକୁ ନେଇ ବି କେତେ ଗୁଡିଏ କାରଣ ଖୋଜି ପାଇଛି ଜିଲ୍ଲା ପ୍ରଶାସନ । ସେଗୁଡିକ ମଧ୍ୟରେ ରହିଛି:

– ଲକଡାଉନ ସମୟରେ ବାହାର ରାଜ୍ୟରୁ ଓଡିଶାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାକୁ ହିଁ ଆସିଥିଲେ । ଆଉ ଏମଧ୍ୟରୁ ଅଧିକ ସଂଖ୍ୟକ ପ୍ରବାସୀ ବିଶେଷ କରି ଗୁଜୁରାଟର ସୁରଟ ଜିଲ୍ଲାରୁ ହିଁ ଫେରିଥିଲେ ।

11 COVID Warriors Among 22 Positive Cases In Ganjam

– ମେ ୨ ସୁଦ୍ଧା ଗଞ୍ଜାମରୁ ସେତେଟା ପଜିଟିଭ କେସ ଚିହ୍ନଟ ହୋଇନଥିଲେ । ଏମିତିକି ସେ ସମୟରେ ଗଞ୍ଜାମ ଗ୍ରୀନ ଜୋନ ତାଲିକାରେ ଥିଲା ।

ଏହାଵାଦ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଆଜି ପ୍ରେସ ମିଟ ଜରିଆରେ ଏହା ପଛର କେତେକ ନିର୍ଦ୍ଧିଷ୍ଟ କାରଣ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ତାଙ୍କ ଅନୁଯାୟୀ, ଅଧିକ ସ୍କ୍ରିନିଂ କାରଣରୁ ବୃଦ୍ଧି ପାଉଛି ପଜିଟିଭ ସଂଖ୍ୟା । ଏହା ସହ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତିକି “କରୋନା ଲକ୍ଷଣ ଥିଲେ ଲୁଚନ୍ତୁ ନାହିଁ, ତୁରନ୍ତ ଜଣାନ୍ତୁ ଓ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ ।” କରୋନା ମୁକାବିଲା ନେଇ ଜିଲ୍ଲାରେ ୨୦୦ଜଣିଆ ଡାକ୍ତରୀ ଟିମକୁ ସର୍ଭେ ପାଇଁ ପଠାଯାଇଛି । ଖାଲି ଡାକ୍ତରୀ ଦଳ ନୁହେଁ, ପୂର୍ବରୁ ଅନେକ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ମଧ୍ୟ କରୋନା ମୁକାବିଲାରେ ସ୍ପେଶାଲ ଡ୍ୟୁଟିରେ ନିଯୁକ୍ତି ଦିଆଯାଇଛି । ନିଜେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କ  ଆଶ୍ବସ୍ତି ଦେଇ କହିଛନ୍ତିଯେ, କରୋନା ହାରିବ, ଗଞ୍ଜାମ ଜିତିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.