Below header

ରାଜଧାନୀରେ ଆଜି ସର୍ବାଧିକ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୭୧୭ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: କରୋନା ସଂକ୍ରମଣ ସଂଖ୍ୟାରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ରାଜଧାନୀ । ଆଉ ୧୦୦ ନୁହେଁ ୨୦୦ ପାର କଲାଣି ପ୍ରତିଦିନର ପଜିଟିଭ ସଂଖ୍ୟା । ଦିନକୁ ଦିନ ଦୈନିକ ସଂକ୍ରମିତ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ଭୁବନେଶ୍ୱରରୁ ୨୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ କ୍ଵାରେଣ୍ଟିଂନ ରୁ ୨୦୭ ଜଣ ଥିବା ବେଳେ ୪୧ ଟି ଲୋକାଲ କେସ ଥିବା ଜଣାଯାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ ।

ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୧୭ ରେ ପହଁଚିଥିବା ବେଳେ ସେମଧ୍ୟରୁ ୮୭୦ଟି ଆକ୍ଟିଭ କେଶ ରହିଛି । ଏଯାବତ ୮୩୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୨୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ବର୍ତ୍ତମାନ ସ୍ଥିତିରୁ ଯାହା ଜଣାପଡୁଛି ରାଜଧାନୀରେ ଖୁବ ଶୀଘ୍ର ୨୦୦୦ ଛୁଇଁବ ଆକ୍ରାନ୍ତ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.