Below header

କଟକ ଷଷ୍ଠ ବାଟାଲିୟନରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ(କେନ୍ଯୁଜ୍): କଟକ ଷଷ୍ଠ ବାଟାଲିୟନ ପରିସରରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ୧୦ଟି ପୋଲିସ ପ୍ଳାଟୁନ ଯୋଗ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ ୨୦୨୧ ମସିହାରେ ଓଡିଶା ପୋଲିସରେ କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବା ପୋଲିସ ଅଧିକାରୀଙ୍କ ସମେତ ଆଜିର ପରେଡରେ ଭଲ ପରେଡ କରିଥିବା ଦୁଇଟି ପରେଡ ପ୍ଲାଟୁନକୁ ସମ୍ବର୍ଦ୍ଧିତ କରିଛନ୍ତି ।

୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସ ଗଠନ ହୋଇଥିଲା । ଓଡ଼ିଶା ପୋଲିସରେ ଏବେ ୭୨ ହଜାର ୧୪୫ କର୍ମଚାରୀ ଥିବା ବେଳେ ସେଥି ମଧ୍ୟରୁ ଏକ ତୃତୀୟାଂଶ ମହିଳା ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.