Below header

ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା, ସୁନ୍ଦରଗଡ଼ ପରେ ଏବେ ବଲାଙ୍ଗୀରରେ ଆତଙ୍କ

ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ପୁଣି ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୯ ପଜିଟିଭ ଚିହ୍ନଟ ହୋଇଥିଲେ । ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି ହୋଇଛି । ସେହିପରି ଗତକାଲି ବଲାଙ୍ଗୀର ଜିଲ୍ଲାରେ ଗତ ଦୁଇମାସ ଭିତରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ / ବଲାଙ୍ଗୀର (କେନ୍ୟୁଜ): ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ପୁଣି ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୯ ପଜିଟିଭ ଚିହ୍ନଟ ହୋଇଥିଲେ । ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି ହୋଇଛି । ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସାଧୀନ ଅଛନ୍ତି । ଯଥେଷ୍ଟ ଔଷଧ ମହଜୁଦ ରହିଛି । ଭୟ କରିବାର କିଛି ନାହିଁ ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି।

ସେହିପରି ଗତକାଲି ବଲାଙ୍ଗୀର ଜିଲ୍ଲାରେ ଗତ ଦୁଇମାସ ଭିତରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟରେ ସର୍ବାଧିକ। ଗତ ଅଗଷ୍ଟ ମାସରେ ୧୭୨ ଓ ସେପ୍ଟେମ୍ବର ମାସରେ ଏଯାଏ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଏହା ଏକ ବର୍ଷାକାଳୀନ ରୋଗ। ଆଗରୁ ଏହା ଥିଲା। ପୁଣି ଏହି ରୋଗ ଫେରିଛି। ଏଥିଲାଗି ଭୟଭୀତ ନ ହୋଇ ବରଂ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.