ଏସିଆନ୍ ଗେମ୍ନ୍ସରେ ଭାରତର ଦମଦାର ଆରମ୍ଭ, ପ୍ରଥମ ଦିନରେ ଜିତିଲା ଡବଲ ରୌପ୍ୟ

ଏସିଆନ୍ ଗେମସ୍ରେ ଭାରତର ଦମଦାର ଆରମ୍ଭ । ପ୍ରଥମ ଦିନରେ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ସିଲଭର ମେଡାଲ ମିଳିଛି ।

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ାରେ ଭାରତକୁ ୨ ପଦକ। ସୁଟିଂରେ ମହିଳା ଟିମକୁ ମିଳିଲା ରୌପ୍ୟ ପଦକ। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତକୁ ବି ରୌପ୍ୟ ପଦକ ମିଳିଛି। ରୋଇଂରେ ଅରବିନ୍ଦ ସିଂ ଓ ଅର୍ଜୁନ ଲାଲ ରୌପ୍ୟ ପଦକ ଆଣିଛନ୍ତି। ସେହିପରି ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ । ମେହୁଲି ଘୋଷ, ରମିତା ଓ ଆଶି ଚୌକସି ଏହି ପଦକ ହାତେଇଛନ୍ତି । ପୁରୁଷ ଲାଇଟୱେଟ ଡବଲ୍ସରେ ଭାରତକୁ ହାସଲ ହୋଇଛି ରୌପ୍ୟ ପଦକ। ଚୀନ ହାଙ୍ଗଝୌରେ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ଗେମ୍ସ । ୧୯ତମ ଏସିଆନ ଗେମ୍ସରେ ୪୮୧ଟି ଗୋଲ୍ଡ ମେଡାଲ ରହିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.