ପୁଣି ଲଜ୍ଜା: ବିଚ ରାସ୍ତାରୁ ନାବାଳିକାଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ ଉଦ୍ୟମ, କାବୁ ହେଲା ଅଭିଯୁକ୍ତ

ରାଜନଗରରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ବିଚ ରାସ୍ତା ଉପରୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ । ନାବାଳିକା ପାଟି କରିବାରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ। ଯୁବକ ରାଜନଗର ଡ଼ିଆପାରୀ ଗାଁର ବାପୁଜୀ ସେଠି ।

ରାଜନଗର (କେନ୍ୟୁଜ): ରାଜନଗରରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ବିଚ ରାସ୍ତା ଉପରୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ । ନାବାଳିକା ପାଟି କରିବାରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ। ଯୁବକ ରାଜନଗର ଡ଼ିଆପାରୀ ଗାଁର ବାପୁଜୀ ସେଠି । ଯୁବକକୁ ରାଜନଗର ଥାନାରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ପୋଲିସର ଛାନବିନ୍ ଜାରି ରହିଛି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ରାଜନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ରାଜନଗର ବଜାରରୁ ସାଇକଲ ଯୋଗେ ଘରକୁ ଫେରୁଥିଲେ। ସାନବଡ଼ଗୋପାଳପୁର ନିକଟ ମଦ ଦୋକାନ ନିକଟରୁ ରାଜନଗର ଥାନା ଅନ୍ତର୍ଗତ ଡିଆପାରି ଗାଁର ବାପୁଜି ସେଠୀ ସାଇକଲରେ ନାବାଳିକାଙ୍କ ପିଛା କରିଥିଲା। ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାରେ ଥିବା ମଦ ଦୋକାନ ପୂର୍ବରୁ ନିଛାଟିଆ ସ୍ଥାନ ଦେଖି ଅସଦାଚରଣ ଉଦ୍ୟମ କରିଥିଲା । ନାବାଳିକାଙ୍କ ଚିତ୍କାର ଶୁଣି ନିକଟରେ ଥିବା ବ୍ୟବସାୟୀ ଓ ପଥଚାରୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ କାବୁ କରି ରାଜନଗର ପୋଲିସ ଜିମା ଦେଇଛନ୍ତି। ଏହି ଘଟଣାକୁ ନେଇ ରାଜନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୀଡ଼ିତା ନାବାଳିକାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ପୀଡ଼ିତାଙ୍କ ପରିବାର ଲୋକେ ଏ ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.