Below header

ସରକାର ଶୁଣିଲେ ଅଭିଯୋଗ, ସହାୟତା ମିଳିବା ପରେ ବିନୋଦଙ୍କ ମୁହଁରେ ଫୁଟିଲା ହସ

ସେ ଜଣେ ଦିନ ମଜୁରିଆ । ଦୈନିକ ଶ୍ରମିକ ଭାବେ କାମ କରି ଗୁଜରାଣ ମେଣ୍ଟାଉଥିଲେ। ନିଜର ବୋଲି କିଏ ନାହିଁ । ନା ମାଁ ନା ବାପା। ଗୋଟେ ବୋଲି ଥିବା ଭଉଣି ବି ବାହା ହୋଇଗଲା । ପ୍ରାୟ ଏକ ବର୍ଷ ହେବ ଗୋଡ ସଂକ୍ରମୀତ ହୋଇ ଥିଲା । ଯାହାଫଳରେ ସେ ଚାଲିପାରୁ ନଥିଲେ ।

ଗଜପତି(କେନ୍ୟୁଜ୍): ସେ ଜଣେ ଦିନ ମଜୁରିଆ । ଦୈନିକ ଶ୍ରମିକ ଭାବେ କାମ କରି ଗୁଜରାଣ ମେଣ୍ଟାଉଥିଲେ। ନିଜର ବୋଲି କିଏ ନାହିଁ । ନା ମାଁ ନା ବାପା । ଗୋଟେ ବୋଲି ଥିବା ଭଉଣି ବି ବାହା ହୋଇଗଲା । ପ୍ରାୟ ଏକ ବର୍ଷ ହେବ ଗୋଡ ସଂକ୍ରମୀତ ହୋଇ ଥିଲା । ଯାହାଫଳରେ ସେ ଚାଲିପାରୁ ନଥିଲେ । ପାଖରେ ଅର୍ଥ ଅଭାବ ତାଙ୍କୁ ପ୍ରତ୍ୟେକ ଦିନ ଚିନ୍ତାରେ ମାରୁଥିଲା । କିନ୍ତୁ  5ଟି ସଚିବଙ୍କ ଗ୍ରସ୍ତ ତାଙ୍କ ଜୀବନ ପରିବର୍ତ୍ତନ କରିଦେଇଛି । ତାଙ୍କ ବିଶ୍ବାସ ନଥିଲା କି ଲିଖିତ ଭାବେ ଅଭିଯୋଗ କରି ସେ ଏତେ ସୁଫଳ ପାଇବେ ବୋଲି। ହେଲେ ସେ କରିଥିବା ଅଭିଯୋଗର ଶୁଣାଣି ହୋଇ ସେ ସାହାର୍ଯ୍ୟ ପାଇବା ଘଟଣା ବର୍ତ୍ତମାନ ଗଜପତି ଜିଲ୍ଲାରେ ବେସ ଚର୍ଚ୍ଚା ହେଉଛି । ଏହେଉଛି ଗୁମ୍ମା ବ୍ଲକ ଅଜୟଗଡ଼ ପଞ୍ଚାୟତ ଅନ୍ତର୍ଗତ ବଣ୍ଟିଲୋଡା ଗ୍ରାମର ବିନୋଦ ଗମାଙ୍ଗଙ୍କ କଥା ।

ସୂଚନା ମୁତାବକ ମାନ୍ୟବର ମୃଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶାର ସମସ୍ତ ଜିଲ୍ଲାରେ 5ଟି ସଚିବ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଥିଲେ । ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣାଣି ହୋଇଥିଲା । ତେବେ ଚଳିତ ବର୍ଷ ମେ ୧୦ତାରିଖରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଠାରେ ହୋଇଥିବା ଅଭିଯୋଗ ଶୁଣାଣିରେ ବିନୋଦ ନିଜ ଅସହାୟତା ପାଇଁ ଏକ ଲିଖିତ ଦରଖାସ୍ତ ଦେଇଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗକୁ ଗୁରୁତ୍ବର ସହ ନେଇ ସହାୟତା କରିଥିଲା ।

gamanga

ସରକାର ଜିଲ୍ଲାପ୍ରଶାସନ ଦ୍ବାରା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ (ଫିଟମେଣ୍ଟ) କରିବା ଯୋଗୁଁ ଏବେ ବିନୋଦ ଗମାଙ୍ଗଙ୍କ ମୁହଁରେ ହସ ଫୁଟିଛି । ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଥିବାବେଳେ ଗତ ମେ ମାସ ୧୦ ତାରିଖରେ ‘୫-ଟି’ ସଚିବ ଗୁମ୍ମା ବ୍ଲକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ କୁତ୍ରିମ ଅଙ୍ଗ ତଥା ଡାହାଣଗୋଡ ପ୍ରତ୍ୟାରୋପଣ ନିମନ୍ତେ ଆବେଦନ କରିଥିଲେ । ଆବେଦନ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଗତ ମେ ମାସ ୨୫ ତାରିଖରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଅବସ୍ଥାପିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରକୁ ପଠାଯାଇଥିଲା ।

ଗୁମ୍ମା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଗମାଙ୍ଗଙ୍କୁ ମାଗଣାରେ ତାଙ୍କୁ କେନ୍ଦ୍ରକୁ ସାଙ୍ଗରେ ନେଇଥିଲେ। ସେହିଦିନ ହିଁ ବିନୋଦଙ୍କ ଗୋଡର ମାପ ନିଆଯାଇଥିଲା। କୁତ୍ରିମ ଅଙ୍ଗ (ଡାହାଣ ଗୋଡ) କୁ ଚଳିତ ମାସ ୧୨ ତାରିଖରେ ପ୍ରତ୍ୟାରୋପଣ କରାଯାଇଥିଲା । ଏଥିରେ ବିନୋଦ ନୂଆ ଜୀବନ ପାଇଛନ୍ତି ଏବଂ ତାଙ୍କ ମୁହଁରେ ହସ ଫୁଟିଛି ।

ଏତଦବ୍ୟତୀତ ବିନୋଦଙ୍କୁ ସରକାରଙ୍କ ଦ୍ବାରା ବିଭିନ୍ନ ସୁବିଧା ୟୁଡିଆଇଡି ଅକ୍ଷମତା ପ୍ରମାଣପତ୍ର, ପ୍ରତିମାସରେ ମଧୁବାବୁ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ସାତ ଶହ ଟଙ୍କା ପ୍ରାଦନ, ଚଳପ୍ରଚଳ ନିମନ୍ତେ ଟ୍ରାଇ ସାଇକଲ ପରିବାରକୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ, ପରିବାରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିମାସରେ ୩୫ କେଜି ଚାଉଳ ପ୍ରଦାନ ସହ ସିଏମଆରଏଫରୁ ଜିଲ୍ଲାପାଳ ପାଞ୍ଚ ହଜାର ଟଙ୍କା ଆଦି ପ୍ରଦାନ କରିଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ବିନୋଦ ଏବଂ ତାଙ୍କ ପରିବାର ସରକାର ଓ ଜିଲ୍ଲା ପ୍ରଶାସନର ଏହି ସବୁ ସହାୟତା ପାଇଁ ଧନ୍ୟବାଦ ଦେବା ସହ ସିଏମଓ ଅଭିଯୋଗ ପ୍ରକୋଷ୍ଟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ତେବେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ମଧ୍ୟରେ ଚାଲିଥିବା ୫ଟି ସଚିବଙ୍କ ଗ୍ରସ୍ତ, ଅସହାୟଙ୍କ ପାଇଁ ପାଲଟିଛି ବରଦାନ ସଦୃଶ୍ୟ । ଯାହା ଗଜପତି ଜିଲ୍ଲାରୁ ଆସିଥିବା ଏହି ନିରିହ ଓ ଗରିବ ଆଦିବାସୀଙ୍କ ଜୀବନର ପରିର୍ତ୍ତନକୁ ଦେଖି ବାରି ହୋଇପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.