ଦୋଳି ଖେଳିବା ସମୟରେ ଅଘଟଣ: ପଥର ଖୁଣ୍ଟ ପଡି ୫ ବର୍ଷର ଭଉଣୀ ମୃତ, ଭାଇ ଗୁରୁତର

ଯାଜପୁର (କେନ୍ୟୁଜ) : ଦୋଳି ଖେଳୁଥିବା ସମୟରେ ଅଘଟଣ। ୫ବର୍ଷର ଭଉଣୀ ମୃତ, ୮ବର୍ଷର ଭାଇ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଧର୍ମଶାଳା ଥାନା ଅଭୟପୁର ଗ୍ରାମରେ। ସୂଚନା ମୁତାବକ, ଅଭୟପୁର ଗ୍ରାମର ସହଦେବ ରାଉତଙ୍କ ଝିଅ ବେବିନା ଏବଂ ପୁଅ ଓମ ପ୍ରକାଶ ଗତକାଲି ଅପରାହ୍ନ ସମୟରେ ଘର ନିକଟରେ ଥିବା ଏକ ପୁରୁଣା ମାଟି ପଥର କାନ୍ଥରେ ଦୋଳି ଲଗାଇ ଖେଳୁଥିବା ସମୟରେ ହଠାତ ପଥର ଖୁଣ୍ଟ ପଡିଯାଇଥିଲା। ଫଳରେ ପଥର ତଳେ ଚାପି ହୋଇ ବେବିନର ମୃତ୍ୟୁ ଘଟିଥିବା ବେଳେ ଓମ ଗୁରୁତର ଆହତ ହୋଇଥିଲା।

ସଙ୍ଗେ ସଙ୍ଗେ ଉଭୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ମଧ୍ଯ ସେଠାରେ ବେବିନାକୁ ମୃତ ଘୋଷଣା କରାଯିବା ସହିତ ଓମର  ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଅଘଟଣ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.