Below header

ରାଜରାସ୍ତାରେ ବୁଲୁଛି ଭାଲୁ, ବନବିଭାଗ ପକ୍ଷରୁ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି

ରାଜ ରାସ୍ତାରେ ଭାଲୁ । ରାତିହେଲେ ରାସ୍ତାରେ ବୁଲୁଛି ଭାଲୁ । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ରାଜ ରାସ୍ତାରେ ଭାଲୁ । ରାତିହେଲେ ରାସ୍ତାରେ ବୁଲୁଛି ଭାଲୁ । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି ।

କାମାକ୍ଷାନଗର (କେନ୍ୟୁଜ): ରାଜ ରାସ୍ତାରେ ଭାଲୁ । ରାତିହେଲେ ରାସ୍ତାରେ ବୁଲୁଛି ଭାଲୁ । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । କିଛିଦିନ ହେବ ଭୁବନର ପୂର୍ତ୍ତବିଭାଗ ଡାକବଙ୍ଗଳା, ଅଗ୍ନିଶମ ପରିସର ସହ ନୂଆଭୁବନ ଅଞ୍ଚଳରେ ମଧ୍ୟ ଭାଲୁକୁ ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ଭାଲୁ ବୁଲିବା ସହ ଏହି ଅଳ୍ପ ଦିନ ଭିତରେ ଦୁଇଟି ଭାଲୁର ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏନେଇ ଭୁବନ ବନବିଭାଗ ପକ୍ଷରୁ ରାତିରେ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହୋଇଛି ।

ସୂଚନା ଯୋଗ୍ୟ ମାର୍ଚ୍ଚ ୧୫ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଉପଦ୍ରବ କରୁଥିଲା । ଘର ଭିତରେ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା । ଏହାକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ହେବା ସହ ଆତଙ୍କିତ ହୋଇ ରହୁଥିଲେ । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ପକ୍ଷରୁ ଭାଲୁକୁ ଧରିବାରେ ସକ୍ଷମ ହୋଇଥିଲା । ଭାଲୁଟି ଜଙ୍ଗଲ ନିକଟରେ ଥିବା ଏକ ନିର୍ମାଣ ଧୀନ ଘର ଭିତରେ ପଶି ରହିଥିଲା । ଏହାର ଖବର ପାଇବା ପରେ ବନବିଭାଗ ଘରଟିକୁ ସବୁ ଆଡୁ ବନ୍ଦ କରିବା ସହ ଯନ୍ତା ବସାଇ ଭାଲୁ କାବୁ କରିବାରେ ସଫଳ ହେଇଥିଲେ । ଉଦ୍ଧାର ହୋଇଥିବା ଭାଲୁକୁ ଅଜଣା ସ୍ଥାନରେ ରଖାଯିବା ସହ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.