କେମିତି ଦିଆଯାଏ ଜାତୀୟ ରାଜପଥର ନାମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଜାତୀୟ ରାଜପଥର ନମ୍ବର ଦେବା ପାଇଁ ଏକ ପ୍ୟାଟେର୍ଣ୍ଣ ରହିଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥ ପାଇଁ ଗୋଟିଏ କିମ୍ବା ଦୁଇ ଅଙ୍କ ବିଶିଷ୍ଟ ନମ୍ବର ବ୍ୟବହାର କରାଯାଏ । ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଚାଲୁଥିବା ରାଜପଥ ପାଇଁ ଇଭେନ ନମ୍ବର ରହିଥାଏ ଏବଂ ଏହି ସଂଖ୍ୟାଗୁଡିକ ପୂର୍ବରୁ ପଶ୍ଚିମକୁ ଯାଇଥାଏ ।

ଦେଶର ପରିବହନ ବ୍ୟବସ୍ଥାର ଲାଇଫ୍ ଲାଇନ୍ ହେଉଛି ଜାତୀୟ ରାଜପଥ। ପ୍ରତ୍ୟେକ ଜାତୀୟ ରାଜପଥକୁ ଏକ ନମ୍ବର ଦିଆଯାଏ, ଯାହା ଅନ୍ୟ ସମସ୍ତ ରାସ୍ତା ଠାରୁ ଏହାକୁ ଭିନ୍ନ କରେ । ଏହି ନମ୍ବରକୁ ବାଛିବା ପାଇଁ ବହୁତ ସମୟ ଲାଗିଥାଏ, ଯାହା ପରେ ଏହି ରାସ୍ତାକୁ ବଡ଼ ସଡ଼କ ନେଟଓ୍ଵାର୍କର ଆକାର ଦିଆଯାଏ । ଭାରତରେ ଥିବା ସମସ୍ତ ରାଜପଥଗୁଡ଼ିକର ବିକାଶ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦାୟିତ୍ୱ ନେଇଥାଏ ।

ଜାତୀୟ ରାଜପଥର ନମ୍ବର ଦେବା ପାଇଁ ଏକ ପ୍ୟାଟେର୍ଣ୍ଣ ରହିଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥ ପାଇଁ ଗୋଟିଏ କିମ୍ବା ଦୁଇ ଅଙ୍କ ବିଶିଷ୍ଟ ନମ୍ବର ବ୍ୟବହାର କରାଯାଏ । ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଚାଲୁଥିବା ରାଜପଥ ପାଇଁ ଇଭେନ ନମ୍ବର ରହିଥାଏ ଏବଂ ଏହି ସଂଖ୍ୟାଗୁଡିକ ପୂର୍ବରୁ ପଶ୍ଚିମକୁ ଯାଇଥାଏ । ଏହାର ଅର୍ଥ ହେଉଛି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜାତୀୟ ରାଜପଥକୁ ୨ ସଂଖ୍ୟା ବିଶିଷ୍ଟ ନମ୍ବର ମିଳିଥାଏ । ଯେତେବେଳେ କି ଏନ୍‌ଏଚ୍‌-୬୮ ରାଜସ୍ଥାନର ପଶ୍ଚିମ ଭାଗରେ ଅବସ୍ଥିତ ।

ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଚାଲୁଥିବା ରାଜପଥଗୁଡିକ ନମ୍ବର ବିଷମ ବା ଅଡ୍‌ ନମ୍ବରରେ ଦିଆଯାଇଥାଏ । ଜାମ୍ମୁ କାଶ୍ମୀରର ଉତ୍ତର ଅଞ୍ଚଳରେ ଅବସ୍ଥିତ ଏନ୍‌ଏଚ୍‌-୮ ତାମିଲନାଡୁର ଦକ୍ଷିଣ ଭାଗରେ ଥିବା ଏନଏଚ୍‌-୮୭ର ସମ୍ପୂର୍ଣ୍ଣ ବିପରୀତ । ଏହା ବ୍ୟତୀତ ଉତ୍ତରରୁ ଦକ୍ଷିଣକୁ ଚାଲୁଥିବା ରାଜପଥଗୁଡିକର ନମ୍ବର ପୂର୍ବରୁ ପଶ୍ଚିମକୁ ଯାଉଥିବା ରାଜପଥ ଗୁଡ଼ିକର ନମ୍ବର ଧିରେ ଧିରେ ବଢ଼ିଥାଏ । ଉଦାହରଣ ସ୍ୱରୂପ ଯଦି ଏନଏଚ୍‌-୪ ଏହାର ଉତ୍ତର-ଦକ୍ଷିଣ ଯାତ୍ରାରେ କୌଣସି ଏକ ପୂର୍ବ ରାଜ୍ୟକୁ ଯାଏ ତେବେ ଏହାର ନମ୍ବରକୁ ଚାରିରୁ ଅଧିକ ସଂଖ୍ୟା ଦିଆଯିବ ।

ରାଜପଥଗୁଡ଼ିକର ପରିଚୟକୁ ଆହୁରି ଶୃଙ୍ଖଳିତ କରିବା ପାଇଁ, କିଛି ରାଜପଥ ଗୁଡ଼ିକୁ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଦିଆଯାଇଥାଏ, ଯେଉଁଥିରେ (A, B, C କିମ୍ବା D) ବ୍ୟବହାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.