ସକାଳୁ ଜଳୁଛି ଓଡ଼ିଶା, ୮ ଦିନ ରହିବ ହିଟ୍ ୱେଭ

ସକାଳୁ ଅଗ୍ନିବର୍ଷା । ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଏକାଧିକ ସ୍ଥାନରେ ୪୦ ଟପିଛି ତାପମାତ୍ରା । ସକାଳ ୮ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ଏଠାରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୦.୮ ଡିଗ୍ରୀ, ଚାନ୍ଦବାଲିରେ ୩୦.୪, ପୁରୀରେ ୩୦ ଡିଗ୍ରୀ ଓ ସମ୍ବଲପୁରରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଅଗ୍ନିବର୍ଷା । ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଏକାଧିକ ସ୍ଥାନରେ ୪୦ ଟପିଛି ତାପମାତ୍ରା । ସକାଳ ୮ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ଏଠାରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୦.୮ ଡିଗ୍ରୀ, ଚାନ୍ଦବାଲିରେ ୩୦.୪, ପୁରୀରେ ୩୦ ଡିଗ୍ରୀ ଓ ସମ୍ବଲପୁରରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗକୁ ଆହୁରି ବଢ଼ିବ ଖରା । ଏପ୍ରିଲ ୪ରୁ ୬ ତାରିଖ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ କଟକ-ଭୁବନେଶ୍ବରରେ ତାତି ଲୋକଙ୍କୁ ଛଟପଟ କରୁଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । କିଏ ମୁଣ୍ଡରେ ଗାମୁଛା ବାନ୍ଧିଛି ତ ଆଉ କିଏ ଗଛ ମୂଳେ ବସିଛନ୍ତି ।

ଅନ୍ୟପଟେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆଗକୁ ଆହୁରି ଭୀଷଣ ହେବ ତାତି । ଏପ୍ରିଲରୁ ଜୁନ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ, ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ବାଭାବିକ ଠାରୁ ଅଧିକ ରହିବ । ୧୦ରୁ ୨୦ ଦିନ ଭୟଙ୍କର ତାତି ହେବ । ସାଧାରଣତଃ ଏହି ସମୟରେ ହିଟ୍ ୱେଭ ଦିନ ସଂଖ୍ୟା ୪ରୁ ୮ ଦିନ ରହିଥାଏ । ଓଡ଼ିଶା ସମେତ ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ , ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ ଓ ଆନ୍ଧ୍ର ପ୍ରଦେଶରେ ପାରଦ ସ୍ବାଭାବିକଠାରୁ ଢେରେ ଅଧିକ ରହିପାରେ। ହିଟ୍ ୱେଭ୍ ଏପ୍ରିଲରୁ ଆରମ୍ଭ ହୋଇଛି । ଏପ୍ରିଲ ମାସରେ, ୨ରୁ ୮ ଦିନ ହିଟ୍ ୱେଭ ଦେଖିବାକୁ ମିଳିବ ।

ସେଅଅଟେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରବଳ ଖରାକୁ ନେଇ ରାଜ୍ୟ ସରକାର ସ୍କୁଲ ପାଠପଢା ସମୟ ପରିବର୍ତ୍ତନ କରିଛନ୍ତି । ସକାଳ ୭ରୁ ସାଢେ ୧୧ଟା ଯାଏ ପାଠପଢା ହେବ। ପ୍ରଥମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ଯାଏ ସକାଳୁଆ ପଢା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ସରକାରୀ, ବେସରକାରୀ , ଅନୁଦାନ ପ୍ରାପ୍ତ, ଅଣଅନୁଦାନପ୍ରାପ୍ତ ସ୍କୁଲରେ ଏହା ଲାଗୁ ହୋଇଛି । ଏହା ସହ ସ୍କୁଲରେ ଗ୍ରୀଷ୍ମ ମୁକାବିଲା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଖରାର ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏହା ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଖୋଲା ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.