Below header

୪ ହାର୍ଡକୋର ମାଓବାଦୀ ନିହତ, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ

୪ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।

ଛତିଶଗଡ଼ : ୪ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ । ପୋଲିସ ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ ।  ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଯୋଗ୍ୟ ମାର୍ଚ୍ଚ ୧୯ରେ ଛତିଶଗଡ଼ର ସୀମାନ୍ତ କୋଲାମାରକା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଚାରିଜଣ ହାର୍ଡକୋର ନକ୍ସଲ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭, ଗୋଟିଏ କାର୍ବାଇନ, ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.