ଅକ୍ସିଜେନ୍ ଅଭାବରୁ ଗଲା ବାଳକର ଜୀବନ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ

ଅକ୍ସିଜେନ୍ ଅଭାବରୁ ଗଲା ବାଳକର ଜୀବନ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ରହ୍ମଗିରି ଭୁବନପତି ଗାଁର ବାଳକ ସୁମନର ମୃତ୍ୟୁ ହୋଇଛି । ଗତକାଲି ସଂଧ୍ୟାରେ ସୁମନର ଦେହ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଅକ୍ସଜେନ୍ ଲଗାଇବାକୁ କହିଥିଲେ । ହେଲେ ଅକ୍ସିଜେନ୍ ନଥିବାରୁ ସୁମନକୁ ଦିଆଯାଇ ପାରିନଥିଲା । ଖୁବ୍ ଯନ୍ତ୍ରଣା ଅନୁଭବ କରି ଶେଷରେ ସୁମନର ପରିବାର ଲୋକଙ୍କ ଆଗରେ ଜୀବନ ଯାଇଛି । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।