Below header

ହିରାନିଙ୍କ ଅଲ୍‌ଷ୍ଟାର୍‌ ଗାନ୍ଧୀ ଫିଲ୍ମ : ବାପୁଙ୍କ ଆଦର୍ଶକୁ ବଖାଣିଛନ୍ତି ତିନି ଖାନ୍‌ଙ୍କ ସହ ସବୁ ଷ୍ଟାର୍‌

ବଲିଉଡ୍‌ର ନାମୀ ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର ହିରାନି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ସର୍ଟ ଫିଲ୍ମ ନିର୍ମାଣ କରିଛନ୍ତି । ଗାନ୍ଧୀଙ୍କ ଆଦର୍ଶ ତଥା ବିଚାରକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ସତ୍ୟ, ଅହିଂସା, ଶାନ୍ତିର ନୀତି ଶିକ୍ଷାକୁ ଏଥିରେ ପ୍ରଚାର କରାଯାଇଛି । ଫିଲ୍ମରେ ବଲିଉଡ୍‌ର ଅଧିକାଂଶ ପ୍ରମୁଖ ଷ୍ଟାର୍‌ ରହିଛନ୍ତି । ଅମୀର ଖାନ୍‌, ଶାହାରୁଖ ଖାନ୍‌, ସଲମାନ ଖାନ୍‌, ରଣବୀର କପୁର, ଆଲିଆ ଭଟ୍ଟ, ଭିକି କୌଶଲ ଓ କଙ୍ଗନା ରାଣାଓ୍ଵତଙ୍କ ଭଳି ଷ୍ଟାର୍‌ଙ୍କୁ ଦେଖିବାକୁ ମିଳିଛି । ଗତକାଲି ହିରାନି ଏବଂ ଏହି ଅଭିନେତା ଅଭିନେତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଫିଲ୍ମଟି ଦେଖାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.