ବାଲେଶ୍ୱର: ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ୨ ସାଙ୍ଗଙ୍କ ମୃତ୍ୟୁ

ବାଲେଶ୍ୱର: ଦୁର୍ଘଟଣାରେ ୨ ସାଙ୍ଗଙ୍କ ମୃତ୍ୟୁ। ଯାତ୍ରା ଦେଖି ଫେରୁଥିବାବେଳେ ଏକାସାଙ୍ଗରେ ଚାଲିଗଲା ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ- ମାର୍କୋଣା ରାସ୍ତାରେ ଘଟିଛି ଦୁର୍ଘଟଣା। ମୃତକ ଦୁଇ ଜଣ ଶନି ବିଶ୍ୱକର୍ମା ଓ ଜଗନ୍ନାଥ ସିଂ। ଗତକାଲି ରାତିରେ ଏମାନେ ଦୁଇ ଜଣ ମାର୍କୋମାରୁ ଲକ୍ଷ୍ମୀପୂଜା ଯାତ୍ରା ଦେଖି ନିମଗଡିଆ ଗାଁକୁ ଯାଉଥିଲେ। ଏହି ସମୟରେ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ରାସ୍ତା କଡରେ ଥିବା ଏକ ପୋଖରୀରେ ପଡିଥିବାବେଳେ ଅନ୍ୟ ଜଣେ ରାସ୍ତାରେ ଛିଟ୍କି ହୋଇ ପଡିଥିଲେ। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।