Below header

ବଲାଙ୍ଗିରରେ ମୋତିଲାଲ୍‌ ଓସୱାଲ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୫ଶହ ଛାତ୍ରଛାତ୍ରୀ ରହି ପାଠ ପଢିବା ପାଇଁ ହୋଇଛି ବ୍ୟବସ୍ଥା

ବଲାଙ୍ଗିର: ବଲାଙ୍ଗିରରେ ଉଦ୍‌ଘାଟିତ ହେଲା କିସ୍‌ର ଆଉ ଏକ ଶାଖା । ମୋତିଲାଲ୍‌ ଓସ୍ୱାଲ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ମୋତିଲାଲ୍‌ ଓସୱାଲ ଫାଉଣ୍ଡେସନର ଚେୟାରପର୍ସନ ସୁନୀତା ଅଗ୍ରଓ୍ଵାଲ, ମୋତିଲାଲ ଓସ୍ୱାଲ ଫାଇନାନସିଆଲ ସର୍ଭିସେସ୍‌ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୋତିଲାଲ୍‌ ଓସ୍ୱାଲ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଯୋଗ ଦେଇଛନ୍ତି।

୨୦ ଏକର ପରିମିତ ଜମି ଉପରେ ପ୍ରତିଷ୍ଠା ହୋଇଛି ମୋତିଲାଲ୍‌ ଓସ୍‌ୱଲ କିସ୍‌ ଆବାସିକ ବିଦ୍ୟାଳୟ । ବଲାଙ୍ଗିର ଜିଲ୍ଲା ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶୈକ୍ଷିକ ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଉଦ୍ୟମ କରାଯାଇଛି । ଗରିବ ଓ ଅବହେଳିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ । ୧୫ଶହ ଛାତ୍ରଛାତ୍ରୀ ରହି ପାଠ ପଢିବା ପାଇଁ ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ଛାତ୍ର ଓ ଛାତ୍ରୀ ନିବାସ ସହ ଶିକ୍ଷକ-କର୍ମଚାରୀଙ୍କ ରହିବା ଲାଗି ଆବାସ ନିର୍ମାଣ ହୋଇଛି ।

BALANGIR KISSମୋତିଲାଲ୍‌ ୱସସ୍ୱାଲ କିସ୍‌ରେ ଛାତ୍ରଛାତ୍ରୀଙ୍କ କ୍ରୀଡ଼ାର ବିକାଶ ପାଇଁ ପର୍ଯ୍ୟପ୍ତ ସୁବିଧା ରହିଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କିସ୍‌ କ୍ୟାମ୍ପସ ଦେଖି ଆତ୍ମବିଭୋର ହୋଇ ପଡିଛନ୍ତି ଆଦିବାସୀମାନେ । ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.