ନବରଙ୍ଗପୁର ଧାମନାଗୁଡ଼ା ଅଙ୍ଗନବାଡି କେନ୍ଦ୍ରରେ ଅଭାବନୀୟ ଘଟଣା, ଛାତ୍ରୀଙ୍କୁ ଖାଇବାକୁ ଦିଆଗଲା ଖାଲି ଭାତ

ନବରଙ୍ଗପୁର: ଖାଇବା ଥାଳିରେ ଖାଲି ଭାତ । ମରିଗଲା ଅଙ୍ଗନବାଡି ଦିଦିଙ୍କ ମାନବିକତା । ଛାତ୍ରୀଙ୍କୁ ଖାଇବାକୁ ଦେଲେ ଖାଲି ଭାତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଧାମନାଗୁଡ଼ା ଅଙ୍ଗନବାଡି କେନ୍ଦ୍ରରେ । ଖାଦ୍ୟ ସାରଣୀରେ ଭାତ ସହ ଅଣ୍ଡା ତରକାରୀ ଦେବା ପାଇଁ ଥିଲେ ମଧ୍ୟ ଖାଲି ଭାତ ଦିଆଯାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏସଂପର୍କରେ ଅଙ୍ଗନବାଡି କେନ୍ଦ୍ର କର୍ମୀ କହିଛନ୍ତି, ଘଟଣା ଦିନ ସେ ଅଙ୍ଗନବାଡି କେନ୍ଦ୍ରକୁ ଯାଇନଥିଲେ । ସେପଟେ ଗାଁ ଲୋକେ କହିଛନ୍ତି ଅଙ୍ଗନବାଡି କର୍ମୀ ମୋନାଇ ଭତ୍ରା ନିୟମିତ ଅଙ୍ଗନବାଡି କେନ୍ଦ୍ରକୁ ଆସନ୍ତି ନାହିଁ କିମ୍ବା ସାରଣୀ ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଅନ୍ତି ନାହିଁ । ଏସଂପର୍କରେ ଝରିଗାଁ ସିଡିପିଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.