ପଞ୍ଚମ ଥର ପାଇଁ ପିତା ହେଲେ ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ ଆଫରିଦି, ଜାଣନ୍ତୁ ପୁଅ ହେଲା ନା ଝିଅ

ପଞ୍ଚମ ଥର ପାଇଁ ପୁଣି ଥରେ ପିତା ହେଲେ ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ୍‌ ଆଫରିଦି। ତାଙ୍କ ଘରେ ପଞ୍ଚମ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଛି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ପୂର୍ବତନ ଖେଳାଳି ଏହି ଖୁସି ଖବର ପ୍ରକାଶ କରିଛନ୍ତି। ସେ ନିଜର ଏହି ପୋଷ୍ଟରେ ଲେଖିଛନ୍ତି, ‘ଈଶ୍ୱରଙ୍କ ଆଶୀର୍ବାଦ ସଦା ସର୍ବଦା ମୋ ଉପରେ ରହିଛ।

ସେ କହିଛନ୍ତି ମୋର ପୂର୍ବରୁ ୪ଟି ଝିଅ ଅଛନ୍ତି ଏବେ ଆଉ ଏକ ଝିଅ ଜନ୍ମ ହେବା ପରେ ୫ଜଣ ହୋଇସାରିଛନ୍ତି।’ ବର୍ତ୍ତମାନ ଏହି ଖୁସି ଖବରକୁ ମୁଁ ସମସ୍ତଙ୍କ ସହ ସେୟାର କରିବାକୁ ଚାହୁଁଛି।