ବ୍ରହ୍ମଗିରି: ପୋଲିଓ ଟୀକା ନେଇ ଅଢେଇ ମାସ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ବ୍ରହ୍ମଗିରି(କେନ୍ୟୁଜ୍): ଶିଶୁ ମୃତ୍ୟୁରୁ ଉତ୍ତେଜନା। ପୋଲିଓ ଟୀକା ନେଇ ଅଢେଇ ମାସ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ନରଣପୁର ଗାଁର ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ଅଢେଇ ମାସର ଶିଶୁକନ୍ୟାକୁ ବୁଧବାର ପୋଲିଓ ଟୀକା ଦିଆଯାଇଥିଲା। ପୋଲିଓ ନେବା ପରେ ଶିଶୁ କନ୍ୟା ହତାଠ୍‌ ଅସୁସ୍ଥ ହୋଇପଡିଥିଲା। ତାକୁ ଚିକିତ୍ସା ପାଇଁ ବ୍ରହ୍ମଗିରି ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ଚିକିତ୍ସା କରିଥିଲେ। କିଛି ସମୟ ପରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।