Below header

ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ପଶିଲା ଦନ୍ତା, ଜଟଣୀ-ଖୋର୍ଦ୍ଧା ରାସ୍ତାରେ ଘୂରିବୁଲିଲା

ଖୋର୍ଦ୍ଧା(କେନ୍ୟୁଜ୍): ପୁଣି ଖୋର୍ଦ୍ଧା ସହର ମଧ୍ୟରେ ହାତୀ ଦେଖିବାକୁ ମିଳିଛି। ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଦନ୍ତାହାତୀ ସହର ଉପକଣ୍ଠ ଜାତୀୟ ରାଜପଥ ଅତିକ୍ରମ କରି ମୁକୁନ୍ଦପ୍ରସାଦ ଓ ଉପରସାହି ଦେଇ ଜଟଣୀ-ଖୋର୍ଦ୍ଧା ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। ଅନ୍ଧାରରେ ହାତୀ ବୁଲୁଥିବାରୁ ତାକୁ ଦେଖିବା ପାଇଁ ଲୋକେ ଯେତିକି ଖୁସି ହୋଇଥିଲେ ସେତିକି ଆତଙ୍କିତ ମଧ୍ୟ ଅଛନ୍ତି।

ହାତୀ କୁଆଡେ ଯିବ ତାହାର ଗତିବିଧି ଉପରେ ଲୋକମାନେ ଦୃଷ୍ଟି ରଖି, ବନ ବିଭାଗକୁ ଖବର ଦେଇଛନ୍ତି। ସୂଚନା ପାଇବା ପରେ ଏକ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଅଧିକ ଭିଡ଼ ନକରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ହାତୀଟି ମୁକୁନ୍ଦପ୍ରସାଦ ଚାଷ ଜମି ଦେଇ ଚନ୍ଦକା ଜଙ୍ଗଲ ଆଡ଼କୁ ମୁହାଁଇଥିବା ଜଣାଯାଇଛି ।

ପୂର୍ବରୁ ହାତୀ ପଲ ଖୋର୍ଦ୍ଧା ମେଡିକାଲ ପାଖରେ ରହିଥିଲେ। ଏଥର କୁ ମିଶାଇ ହାତୀ ସହର ମଧ୍ୟକୁ ଚାରି ପାଞ୍ଚ ଥର ଆସିଲେଣି। ଚଳିତ ବର୍ଷ ସହର ମଧ୍ୟକୁ ଏଭଳି ପ୍ରବେଶ ଦ୍ୱିତୀୟ ଥର ହୋଇଥିବା ବେଳେ ଗତ ୫ ମାସ ମଧ୍ୟରେ ଏହା ୬ଷ୍ଠ ଘଟଣା । ଲୋକମାନଙ୍କ ସୁରକ୍ଷା ପାଇଁ ବନ ବିଭାଗର ପଦକ୍ଷେପ ଆବଶ୍ଯକ ବୋଲି ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.