Below header

ଖଲ୍ଲିକୋଟ: ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଖଲ୍ଲିକୋଟ ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି । ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର ।

ଖଲ୍ଲିକୋଟ (କେନ୍ୟୁଜ): ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଖଲ୍ଲିକୋଟ ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି । ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର । ଏହାପରେ ଟ୍ୟାଙ୍କରୁ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି । ଗ୍ୟାସ ଲିକକୁ ରୋକିବା ପାଇଁ ହାଇଦ୍ରାବାଦରୁ ଏକ ବିଶେଷଜ୍ଞ ଟିମ ଆସୁଛନ୍ତି । ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ ଓ ଦମକଳବାହିନୀ ଉପସ୍ଥିତ ଅଛନ୍ତି । ଦୁର୍ଘଟଣାସ୍ଥଳରୁ ଆପ୍ରୋଚ ରାସ୍ତାର ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବନ୍ଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.