ବିନା କୌଣସି କାର୍ଡ ଡିଟେଲ ଦେଇ ଏପରି ବନାନ୍ତୁ ୟୁପିଆଇ ଆକାଉଣ୍ଟ, ବହୁତ କମ୍‌ ଲୋକ ଜାଣିଛନ୍ତି ଏ ତରିକା

ସାଧାରଣତଃ ୟୁପିଆଇ ଆକାଉଣ୍ଟ ଚାଲୁ କରିବା ପାଇଁ ଡେବିଟ୍‌ କାର୍ଡ ଡିଟେଲର ଆବଶ୍ୟକ ପଡିଥାଏ । ଏବଂ ଏହାପରେ ଯାଇ ଆକାଉଣ୍ଟ ଆକ୍ଟିଭ୍‌ ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ତରିକା ବତାଇବୁ ଯାହା ସାହାଯ୍ୟରେ ଆପଣ ବିନା ଡେବିଟ୍‌ କାର୍ଡରେ ହିଁ ଗୁଗଲ ପେ, ଫୋନ୍‌ ପେ ଭଳି ଆପ୍ସରେ ୟୁପିଆଇ ଆକାଉଣ୍ଟ ବନାଇପାରିବେ ।

ଦେଶରେ କୋଟିକୋଟି ଜନତା ପ୍ରତିଦିନ ୟୁପିଆଇ ପେମେଣ୍ଟ କରୁଛନ୍ତି । ୟୁପିଆଇ, ଡିଜିଟାଲ ପେମେଣ୍ଟ ପାଇଁ ଏକ ବହୁତ ବଢ଼ିଆ ତରିକା । ଏବଂ ଏହାକୁ ଚଲାଇବାକୁ ସହଜ ହେଉଥିବାର ଏହା ଲୋକଙ୍କ ପାଖରେ ନିଜର ଲୋକପ୍ରିୟତା ହାସଲ କରିପାରିଛି । ସାଧାରଣତଃ ୟୁପିଆଇ ଆକାଉଣ୍ଟ ଚାଲୁ କରିବା ପାଇଁ ଡେବିଟ୍‌ କାର୍ଡ ଡିଟେଲର ଆବଶ୍ୟକ ପଡିଥାଏ । ଏବଂ ଏହାପରେ ଯାଇ ଆକାଉଣ୍ଟ ଆକ୍ଟିଭ୍‌ ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ତରିକା ବତାଇବୁ ଯାହା ସାହାଯ୍ୟରେ ଆପଣ ବିନା ଡେବିଟ୍‌ କାର୍ଡରେ ହିଁ ଗୁଗଲ ପେ, ଫୋନ୍‌ ପେ ଭଳି ଆପ୍ସରେ ୟୁପିଆଇ ଆକାଉଣ୍ଟ ବନାଇପାରିବେ ।

ଆପଣ ଆଧାର ନମ୍ବର ସାହାଯ୍ୟରେ ମଧ୍ୟ ୟୁପିଆଇ ଆକାଉଣ୍ଟ ଆକ୍ଟିଭ୍‌ କରିପାରିବେ । ଯଦିଓ ଏହା ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି । ଏମିତିରେ ସେହି ଲୋକମାନେ ମଧ୍ୟ ୟୁପିଆଇ ଆକାଉଣ୍ଟ ବନାଇପାରିବେ ଯେଉଁମାନଙ୍କ ପାଖରେ ଡେବିଟ୍‌ କାର୍ଡ ନାହିଁ ।

ସର୍ବପ୍ରଥମେ କୌଣସି ବି ଆପ୍‌ ଯେପରିକି ଗୁଗଲ ପେ, ଫୋନ୍‌ ପେ କିମ୍ବା କୌଣସି ୟୁପିଆଇ ଆପକୁ ଡାଉନଲୋଡ୍‌ କରନ୍ତୁ । ଏହାପରେ ଆପକୁ ଓପନ କରନ୍ତୁ ଏବଂ ଆଡ୍‌ ବ୍ୟାଙ୍କ ଆକାଉଣ୍ଟ ଅପ୍ସନକୁ ଯାଆନ୍ତୁ । ଏହାପରେ ନିଜ ବ୍ୟାଙ୍କକୁ ସିଲେକ୍ଟ କରନ୍ତୁ । ଏହାପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ୍‌ ମୋବାଇଲ ନମ୍ବରରେ ଏକ ମେସେଜ ପଠାଯିବ ।

ଏହାପରେ ଆପଣଙ୍କ ସାମ୍ନାରେ ଦୁଇଟି ଅପ୍ସନ ଆସିବ । ପ୍ରଥମ ହେଉଛି ଡେବିଟ୍‌ କାର୍ଡ ଏବଂ ଦ୍ୱିତୀୟଟି ହେଉଛି ଅଧାର କାର୍ଡ । ଆପଣଙ୍କୁ ଆଧାରର ବିକଳ୍ପ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କ ଭେରିଫିକେସନ ହେବ । ଏହାପରେ ପିନ ସେଟ୍‌ କରନ୍ତୁ ଏବଂ ୟୁପିଆଇ ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.