Below header

ବିପୁଳ ପରିମାଣରେ ଚୋରା ମଦ ଜବତ, ୩  ଗିରଫ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୋଗରାଇର 2 ଟି ସ୍ଥାନରେ ଅବକାରୀ ବିଭାଗର 15 ଜଣିଆ ଟିମ୍ ରେଡ୍ କରିଛନ୍ତି | ରେଡ୍  ବେଳେ  ବିପୁଳ ପରିମାଣରେ ଚୋରା ମଦ ଜବତ କରିବା ସହ 3 ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ |

ଜଳେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୋଗରାଇର 2 ଟି ସ୍ଥାନରେ ଅବକାରୀ ବିଭାଗର 15 ଜଣିଆ ଟିମ୍ ରେଡ୍ କରିଛନ୍ତି | ରେଡ୍  ବେଳେ  ବିପୁଳ ପରିମାଣରେ ଚୋରା ମଦ ଜବତ କରିବା ସହ 3 ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ | ସୁଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା  ଭୋଗରାଇ ବ୍ଲକ ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତି ଅଞ୍ଚଳ ହୋଇଥିବାରୁ ପଶ୍ଚିମବଙ୍ଗରୁ ଚୋରା ମଦ ଆଣି ମାଫିଆମାନେ ଖୁଲମଖୁଲା ବିକ୍ରି କରୁଛନ୍ତି | ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ  ଲକ ଓ ବାଉଁଶଡିହାରେ ଠାରେ ଥିବା ଅସ୍ଥାୟୀ ଗୋଦାମ ଉପରେ ଚଢ଼ାଉ କରାଯାଇଛି  |

ଅବକାରୀ ବିଭାଗର ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ 15 ଜଣିଆ ଟିମ୍ ଏହି ଚଢଉରେ ସାମିଲ ଅଛନ୍ତି | ଏଥିରେ ଜିଲ୍ଲା ମୋବାଇଲ ସ୍ୱାର୍ଡ, ଜଳେଶ୍ୱର ରେଞ୍ଜ, ଭୋଗରାଇ ଅବକାରୀ ଥାନାର ଅଧିକାରୀ ପ୍ରମୁଖ ସାମିଲ ଥିଲେ | ଚଢ଼ାଉରେ ତିନି ଜଣ ଚୋରା ମଦ ବ୍ୟବସାୟୀଙ୍କୁ  ଗିରଫ କରିବା  ସହ ଗୋଟିଏ ସ୍କୁଟି ଗୋଟିଏ ଆପଚି ବାଇକ ଜବତ କରାଯାଇଛି | ଜବତ ହୋଇଥିବା ବିପୁଳ ପରିମାଣର ଦେଶୀ ମଦକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି | ଏହା ସହ ଦୁଇଟି କାର ଭର୍ତ୍ତି ମଦ ପୋଲିସ ଜବତ କରିଛି | ଜବତ ମଦର ଆନୁମାନିକ ମୂଲ୍ୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ହେବ ବୋଲି ଅବକାରୀ ଅଫିସର ସି ଏଚ ତିରୁପତି ସୂଚନା ଦେଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.